ମହମ୍ମଦ ଇର୍ଫାନ୍ ସବୁଠୁ ବୟସ୍କ ପାକ୍ ପେସର

ସିଡନୀ: ପାକିସ୍ତାନର ପେସ୍ ବୋଲର ମହମ୍ମଦ ଇର୍ଫାନ୍‌ଙ୍କ ନାମରେ ଆଉ ଏକ ଉପଲବ୍ôଧ ଯୋଡ଼ି ହୋଇଛି । ପାକିସ୍ତାନ ପାଇଁ ସେ ସବୁଠୁ ବୟସ୍କ ପେସର ଭାବେ ଖେଳିବାକୁ ଯାଉଛନ୍ତି । ଏହା ପୂର୍ବରୁ ଏହି ରେକର୍ଡ଼ ଇମ୍ରାନ୍ ଖାଁଙ୍କ ନାମରେ ଥିଲା । ଏବେ ଇର୍ଫାନ୍‌ଙ୍କୁ ୩୭ ବର୍ଷ ବୟସ ହୋଇଥିବା ବେଳେ ଇମ୍ରାନ୍ ୧୯୯୨ରେ ୩୯ ବର୍ଷ ବୟସରେ ବିଶ୍ୱକପ୍ ଖେଳିଥିଲେ । ସେହିପରି, ସାମଗ୍ରିକ ଭାବେ ମୀରାନ୍ ବକ୍ସ ବର୍ତ୍ତମାନ ପାକିସ୍ତାନ ସବୁଠୁ ବୟସ୍କ କ୍ରିକେଟର । ୧୯୫୫ରେ ୪୭ ବର୍ଷ ବୟସରେ ସେ ଭାରତ ବିପକ୍ଷରେ ମ୍ୟାଚ୍ ଖେଳିଥିଲେ ।

Loading...
>