ଭୁବନେଶ୍ୱର ସହ ରାଉରକେଲାରେ ହେବ ୨୦୨୩ ହକି ବିଶ୍ୱକପ୍

ଭୁବନେଶ୍ୱର : ଦେଶର ହକି ହବ୍ ଭାବେ ପରିଚିତ ଓଡ଼ିଶା ରାଜ୍ୟବାସୀଙ୍କ ପାଇଁ ଆଉ ଏକ ବଡ଼ ଖୁସି ଖବର ଆଣିଛି। ୨୦୨୩ ପୁରୁଷ ବିଶ୍ୱକପର ଆୟୋଜନ ଦାୟିତ୍ୱ ପୁଣିଥରେ ଓଡ଼ିଶାକୁ ମିଳିଛି। ୨୦୧୮ ବିଶ୍ୱକପର ବିପୁଳ ସଫଳତାକୁ ଦୃଷ୍ଟିରେ ରଖି ବୁଧବାର ହକି ଇଣ୍ଡିଆ ଏବଂ ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‌)ର ସଭାପତି ନରିନ୍ଦର ବାତ୍ରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ କଳିଙ୍ଗ ଷ୍ଟାଡିୟମରେ ଏହି ବଡ଼ ଘୋଷଣା କରିଛନ୍ତି। ତେବେ ୨୦୨୩ରେ ହେବାକୁଥିବା ବିଶ୍ୱକପ୍ କେବଳ ଭୁବନେଶ୍ୱରରେ ଖେଳାଯିବ ନାହିଁ। ବିଶ୍ୱକପର କିଛି ମ୍ୟାଚ୍ ହକି ଗଡ଼ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ମଧ୍ୟ ଆୟୋଜିତ ହେବ। ତେବେ ଏହି ଖବର ପ୍ରସାରିତ ହେବା ପରେ ରାଜ୍ୟରେ ଖୁସିର ଲହରି ଖେଳିଯାଇଛି।

Loading...
>