ଭାରତର ପ୍ରଥମ ଦିବରାତ୍ରୀ ଟେଷ୍ଟ ପାଇଁ ଅନଲାଇନ ଟିକେଟ୍ ୨ ଦିନରେ ସରିଲା

ନୂଆଦିଲ୍ଲୀ-ଭାରତୀୟ କ୍ରିକେଟ ଟିମର ପ୍ରଥମ ଦିବରାତ୍ରୀ ଟେଷ୍ଟ ପାଇଁ ପ୍ରଶଂସକମାନେ ଖୁବ୍ ଉତ୍ସାହିତ ଥିବା ଜଣାପଡିଛି । ଏହାର କାରଣ ହେଲା ତିନିଦିନରେ ବିକ୍ରି ହେବାକୁ ଥିବା ଅନଲାଇନ ଟିକେଟ ମାତ୍ର ୨ ଦିନ ରେ ଶେଷ ହୋଇଯାଇଛି । ବେଙ୍ଗଲ କ୍ରିକେଟ ସଂଘ ପକ୍ଷରୁ କୁହାଯାଇଛି ଯେ, ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଇଡେନ ଗାର୍ଡେନରେ ପ୍ରଥମ ଦିବରାତ୍ରୀ ଟେଷ୍ଟ ମ୍ୟାଚ ପାଇଁ ଅନଲାଇନ ବିକ୍ରି ହେବାକୁ ଥିବା ଟିକେଟରୁ ୩୦ ପ୍ରତିଶତ ଟିକେଟ ବିକ୍ରି ହୋଇଯଇଥିବା ବେଳେ ଚତୁର୍ଥ ଦିନ ପାଇଁ ବିକ୍ରୀ ହେବାକୁ ଥିବା ଟିକେଟ୍ ୩୫ଶହ ମଧ୍ୟ ଶେଷ ହୋଇଯାଇଛି ।

Loading...
>