Home Sports ବୋଲରଙ୍କ ପ୍ରଦର୍ଶନ ଅତି ଚମତ୍କାର ଥିଲା: କୋହଲି

ବୋଲରଙ୍କ ପ୍ରଦର୍ଶନ ଅତି ଚମତ୍କାର ଥିଲା: କୋହଲି

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚରେ ଭାରତର ବିଜୟ ପରେ ସ୍କିପର ବିରାଟ କୋହଲି ବୋଲରମାନଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି । ବିଜୟର ଶ୍ରେୟ ବୋଲରମାନଙ୍କୁ ମିଳିବା ଉଚିତ୍ ବୋଲି ସେ କହିଛନ୍ତି । କୋହଲି କହିଛନ୍ତି ଯେ, ବାସ୍ତବିକ ଏହି ମ୍ୟାଚରେ ବୋଲରମାନେ ଯେଭଳି ପ୍ରଦର୍ଶନ କଲେ ତାହା ଅତି ଚମତ୍କାର ଓ ଅଭୁତପୂର୍ବ ଥିଲା । ବିଶେଷ କରି ଜସ୍ପ୍ରୀତ୍ ବୁମ୍ରାଙ୍କ ବୋଲିଂ ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା । ସେ ଏହି ମ୍ୟାଚ୍ର ହିରୋ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ବୋଲରମାନେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ମାନଙ୍କୁ ପ୍ରତିହତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏଥିପାଇଁ ସମସ୍ତ ଶ୍ରେୟ ସେମାନେ ପାଢ଼ଇବା ପାଇଁ ହକ୍ଦାର ବୋଲି ସେ କହିଛନ୍ତି । ବୁମ୍ରାଙ୍କ ସଂପର୍କରେ ଉଲେଖ କରି ସେ କହିଲେ ଯେ, ସମଗ୍ର ମ୍ୟାଚ୍ରେ ତାଙ୍କର ବୋଲିଂରେ ନୀରବଚ୍ଛିନ୍ନତା ଓ ସଂକଳ୍ପବଦ୍ଧତା ପରିଲକ୍ଷିତ ହୋଇଛି । ସ୍ଥିତିକୁ ଚାହିଁ ସେ ଠିକ୍ ବୋଲିଂ କରିଥିଲେ । ତାଙ୍କର ବୋଲିଂ ଦିଗଭ୍ରଷ୍ଟ ହେବା ବଦଳରେ ଠିକ୍ ଲାଇନ୍ରେ ଗତି କରିଥିଲା । ଅନ୍ୟବୋଲରମାନେ ମଧ୍ୟ ଅନୁରୂପ ଭାବେ ସଫଳ ବୋଲିଂ କରିଥିଲେ । ତେବେ ବୁମ୍ରା ଯେଭଳି ଦୃଢ଼ମନା ଭାବେ ଖେଳିଲେ, ତାହା ବାସ୍ତବିକ ଚମତ୍କାର । ଅତୀତରେ ଏଭଳି ଖେଳୁଆଡ଼ ମନୋଭାବ ଓ ସଂକଳ୍ପବଦ୍ଧତା ମୁଁ କାହାଠାରେ ଦେଖିନାହିଁ ବୋଲି ସେ କହିଛନ୍ତି । ଏହି ମ୍ୟାଚରେ ବୁମ୍ରା, ୮୬ ରନ୍ ବିନିମୟରେ ମୋଟ ୯ଟି ୱିକେଟ୍ ନେଇଥିଲେ । ପ୍ରଥମ ଇଂନିସରେ ୩୩ ରନ୍ ବିନିମୟରେ ୬ଟି ୱିକେଟ୍ ହାସଲ କରିଥିଲେ । ଯାହାକି ତାଙ୍କ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ । ଟିମ୍ ଇଣ୍ଡିଆର କୋଚ୍ ମଧ୍ୟ ବୁମ୍ରାଙ୍କର ଭୂୟସୀ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ପଡିଆକୁ ଫେରିଲେ ହାର୍ଦ୍ଦିକ : ଚୌକା-ଛକାର ବର୍ଷା କଲେ

ନୂଆଦିଲ୍ଲୀ : ଡିୱାଇ ପାଟିଲ ଟି-୨୦ କପରେ ବ୍ୟାଙ୍କ ଅଫ୍ ବରୋଦା ବିପକ୍ଷ ମ୍ୟାଚ୍ ରିଲାଏନ୍ସ-୧ ଟିମ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଶିଖର ଧାୱାନ ଆଜି ଖେଳିଛନ୍ତି ।...

ଜମାଟୋର ଏହି ଡେଲିଭରୀ ପିଲାର ଫ୍ୟାନ୍ ହେଲେ ଲୋକେ, ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡିଓ

ସୋସିଆଲ ମିଡିଆରେ ଏବେ ଜମାଟୋ ଡେଲିଭରୀ ପିଲାଙ୍କ ଏକ ଭିଡିଓ ଖୁବ୍ ଭାଇରଲ ହେବାରେ ଲାଗିଛି । ଲୋକମାନେ ଏହି ଡେଲିଭରୀ ପିଲାର ଫ୍ୟାନ ପାଲଟି ଗଲେଣି । କିନ୍ତୁ କାହିଁକି ?...

ନିର୍ଭୟା ମାମଲା : ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ଯାଚିକା ଦାଖଲ କଲେ ପବନ, ମାଗିଲେ ଏହି ସଜା

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଚତୁର୍ଥ ଦୋଷୀ ପବନ କୁମାର ଗୁପ୍ତା ଶୁକ୍ରବାର ସୁପ୍ରିମକୋର୍ଟରେ ସୁଧାରାତ୍ମକ ଯାଚିକା ଦାୟର କରି ଫାଶୀ ବଦଳରେ ଆଜୀବନ ଜେଲ୍ ସଜା ଦେବାକୁ...

ନବୀନ ନିବାସରେ ଏକାଠି ଖାଇଲେ ଶାହ, ନୀତିଶ, ମମତା, ନବୀନ, ଧର୍ମେନ୍ଦ୍ର

ଭୁବନେଶ୍ୱର : ପୂର୍ବାଞ୍ଚଳ ଆଞ୍ଚଳିକ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସଭବନରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ । ଏଥିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

Recent Comments

>