ବୁମରାଙ୍କୁ ୬ ଉଇକେଟ୍ :ଅଷ୍ଟ୍ରେଲିଆ ୧୫୧ରେ ଅଟକିଲା

ମେଲବୋର୍ଣ୍ଣ :ଏଠାରେ ଚାଲିଥିବା ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୫୧ରେ ଅଲଆଉଟ୍ ହୋଇଯାଇଛି । ଅଷ୍ଟ୍ରେଲିଆର କୌଣସି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ କରିପାରିନଥିଲେ । ଦଳ ପକ୍ଷରୁ ହାରିସ୍ ୨୨, ଫିଞ୍ଚ୍ ୮, ଖୱାଜା ୨୧, ସନ୍ ମାର୍ସ ୧୯, ହେଡ୍ ୨୦, ମିଚେଲ୍ ମାର୍ସ ୯, ଅଧିନାୟକ ଟିମ୍ ପେନ୍ ୨୨, ପେଟ୍ କ୍ୟୁମିନ୍ସ ୧୭, ଷ୍ଟାର୍କ ୭ ରନ୍ କରିଥିଲେ । ବୋଲିଂରେ ଭାରତର ସଫଳ ବୋଲର ଭାବେ ବୁମରାଙ୍କୁ ୫ ଉଇକେଟ୍ ମିଳିଥିବା ବେଳେ ଜାଡେଜାଙ୍କୁ ୨ ଉଇକେଟ୍ ମିଳିଥିଲା । ସେହିପରି ସାମି ଓ ଇଶାନ୍ତଙ୍କୁ ଗୋଟିଏ ଲେଖାଏଁ ଉଇକେଟ୍ ମିଳିଛି ।

Loading...
>