ବିଶ୍ୱକପ୍ ହକି : ୫୦୦ ଟଙ୍କା ଦେଇ ପ୍ରଥମ ଟିକେଟ୍ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଶ୍ୱକପ୍ ହକିର ପ୍ରଥମ ଟିକେଟ୍ କିଣିଛନ୍ତି । ହକି ଇଣ୍ଡିଆର କର୍ତ୍ତୃପକ୍ଷ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କୁ ହକିର ପ୍ରତିକାତ୍ମକ ଟିକେଟ୍ ପ୍ରଦାନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଏଥିପାଇଁ ସେମାନଙ୍କୁ ଟିକେଟ୍ ମୂଲ୍ୟ ବାବଦରେ ୫୦୦ ଟଙ୍କା ଦେଇଥିଲେ । ସୂଚନାଯୋଗ୍ୟ ଯେ, ବିଶ୍ୱକପ୍ ହକିର ଟିକେଟ୍ ଅନ୍ଲାଇନ୍ ଜରିଆରେ ବିକ୍ରି ଆସନ୍ତାକାଲିଠାରୁ କରାଯିବ । ଅନ୍ ଲାଇନରେ ଦିନ ୧୨ଟାରୁ ଟିକେଟ ମିଳିବ ବୋଲି କ୍ରୀଡ଼ା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ଉଭୟ ୨୭ ଓ ୨୮ ତାରିଖ ପାଇଁ ଟିକେଟ ମିଳିବ । ସୂଚନାଯୋଗ୍ୟ ଯେ, ନିକଟ ଅତୀତରେ ଏହି ଟିକେଟ ନେବା ପାଇଁ କଳିଙ୍ଗ ଷ୍ଟାଡିୟମର ୯ ନଂ. ଗୋଟରେ ଓଡ଼ିଶାରୁ କୋଣ ଅନୁକୋଣରୁ କ୍ରୀଡ଼ାପ୍ରେମୀ ମାନେ ରାତିରୁ ଆସି ଲାଇନ ଲଗାଇଥିଲେ । ଏହି ଲାଇନରେ ମହିଳା ମାନେ ଥିବାର ମଧ୍ୟ ପରିଲକ୍ଷିତ ହୋଇଥିଲା । ମାତ୍ର କାଉଂଟରୁ ଟିକେଟ ମିଳିବ ନାହିଁ ବୋଲି କୁହାଗଲା । କ୍ରୀଡ଼ାପ୍ରେମୀମାନେ ଏଥିରେ ଉତ୍ୟକ୍ତ ହୋଇ ଭଙ୍ଗାରୁଜା କରିଥିଲେ । ପୋଲିସ ମୃଦ୍ୟୁ ଲାଠି ଚାଳନା କରିଥିଲା । ସୂଚନାଯୋଗ୍ୟ ଯେ, ହକି କପ୍ ପାଇଁ ଆସନ୍ତା ୨୨ ତାରିଖରେ କଳିଂଗ ଷ୍ଟାଡିୟମର ୪ ନଂ ଗେଟରୁ ଟିକେଟ ମିଳିବ ।

Loading...
>