ବିଶ୍ୱକପ୍ ପାଇଁ ବାଂଲାଦେଶର ୧୫ଜଣିଆ ଦଳ ଘୋଷଣା

ଢାକା : ବାଂଲାଦେଶ କ୍ରିକେଟ ବୋର୍ଡ ଇଂଲଣ୍ଡରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପାଇଁ ୧୫ଜଣିଆ ଦଳ ଆଜି ଘୋଷଣା କରିଛି । ଏହା ପୂର୍ବରୁ ଭାରତ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ନିଜ ନିଜର ଦଳ ଘୋଷଣା କରିସାରିଛନ୍ତି । ଏହି ୧୫ଜଣିଆ ଦଳର ଅଧିନାୟକ ମଶାରଫ ମର୍ତ୍ତାଜା ରହିଥିବା ବେଳେ ଶକିବ ଅଲ୍ଲ ହାସନଙ୍କୁ ଉପ ଅଧିନାୟକ ଦାୟିତ୍ୱ ମିଳିଛି ।
୧୫ଜଣିଆ ଦଳ-ମଶରଫ ମୁର୍ତ୍ତାଜା(ଅଧିନାୟକ), ତମିମ ଇକବାଲ, ମହମ୍ମଦଉଲ୍ଲା, ମୁଶଫିକର ରହିମ, ଶାକିବ ଅଲ୍ଲ ଅସନ(ଉପ ଅଧିନାୟକ), ସୌମ୍ୟ ସରକାର, ଲିଟନ ଦାସ, ସବୀର ରହମାନ, ମେହରିନ ଇସନ, ମୋହମ୍ମଦ ମିଥୁନ ରୁବେଲ ହୁସେନ, ମୁସ୍ତାଫିଜୁର ରହମାନ, ମୋହମ୍ମଦ ସୈଫୁଦ୍ଦିନ, ମୋସୁଦ୍ଦେକ ହୁସୈନ, ଅବୁ ଜୈ ।

Loading...
>