ବିଶ୍ୱକପ୍ ପାଇଁ ପନ୍ତଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ଭାରତର ଯୁବ ଉଦୀୟମାନ ଯୁବ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଚାମ୍ପିୟନ୍ କ୍ରିକେଟ୍ ଖେଳାଳି ହେବା ଦିଗରେ ଆଗକୁ ବଢ଼ୁଛନ୍ତି । ଏହା ସହିତ ସେ ଖେଳର ପ୍ରତ୍ୟେକ ଫର୍ମାଟରେ ଯୋଗ୍ୟ ଖେଳାଳି ହୋଇଥିବାରୁ ସେ ୨୦୧୯ ବିଶ୍ୱକପ୍ରେ ନିଶ୍ଚିତ ରୂପେ ଭାରତୀୟ ଦଳ ଯୋଜନାର ଅଂଶ ବୋଲି କହିଛନ୍ତି ମୁଖ୍ୟ ଚୟନକର୍ତ୍ତା ଏମ୍ଏସ୍କେ ପ୍ରସାଦ । ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ବିଶ୍ରାମ ଦିଆଯିବା ପରେ ବିଶ୍ୱକପ୍ ପାଇଁ ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ଦଳରେ ତାଙ୍କର ସ୍ଥାନକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି ।
ପ୍ରସାଦ ଏକ ସାକ୍ଷାତକାରରେ କହିଛନ୍ତି ଯେ, ରିଷଭ ଅଷ୍ଟ୍ରେଲିଆରେ ୩ଟି ଟି-୨୦ ଓ ୪ଟି ଟେଷ୍ଟ ଖେଳିଛନ୍ତି । ଏଥିରେ ତାଙ୍କର ଶରୀର ଉପରେ ପ୍ରଭାବ ପଡ଼ିଛି । ତେଣୁ ତାଙ୍କୁ ଦୁଇ ସପ୍ତାହ ବିଶ୍ରାମର ଆବଶ୍ୟକତା ରହିଛି । ଏହାପରେ ଆମେ ନିଷ୍ପତ୍ତି ନେବୁ ଯେ, ଇଂଲଣ୍ଡ ଲାୟନ୍ସ ବିପକ୍ଷରେ କେତେ ମ୍ୟାଚ୍ ସେ ଖେଳିବେ । କିନ୍ତୁ ସେ ବିଶ୍ୱକପ୍ ଦଳରେ ଯୋଜନାର ଏକ ଅଂଶ । ସେ ଚାମ୍ପିୟନ୍ କ୍ରିକେଟ୍ ହେବା ଦିଗରେ ଅଗ୍ରସର ହେଉଛନ୍ତି । ପ୍ରସାଦ ଏହାକୁ ନେଇ ଖୁସି ପ୍ରକଟ କରିଛନ୍ତି ଯେ, ରିଷଭ ପନ୍ତ ଏହା ବୁଝି ପାରୁଛନ୍ତି ଯେ, ଅଧିନାୟକ ବିରାଟ କୋହଲି ଓ କୋଚ୍ ରବି ଶାସ୍ତ୍ରୀ ତାଙ୍କଠାରୁ କଣ ଆଶା ରଖିଛନ୍ତି ।

Loading...
>