ପୂଜାରାଙ୍କୁ ଏହି ଉପହାର ଦେଇପାରେ ବିସିସିଆଇ

 ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଦମଦାର ପ୍ରଦର୍ଶନ କରୁଥିବା ଚେତେଶ୍ଵର ପୂଜାରାଙ୍କୁ ବିସିସିଆଇ ଏ ପ୍ଲସ କଣ୍ଟ୍ରାକ୍ଟ ଦେଇପାରେ। ପୂଜାରା ଅଷ୍ଟ୍ରେଲିଆ ଗସ୍ତରେ ସାତୋଟି ଇନିଂସରୁ ୭୪.୪୩ ହାରରେ ୫୨୧ ରନ କରିଛନ୍ତି। ତାଙ୍କର ଏହି ପ୍ରଦର୍ଶନ ଦମରେ ଭାରତ ଅଷ୍ଟ୍ରେଲିଆରେ ପ୍ରଥମ ଥର ଟେଷ୍ଟ ସିରିଜ୍ ଜିତିବାର ନିକଟତର ହୋଇଛି। କୁହାଯାଉଛି  ଯେ ପ୍ରଶାସକଙ୍କ ସମିତିର ପ୍ରମୁଖ ବିନୋଦ ରାୟ ଚୟନ ସମିତିର ପ୍ରମୁଖ ଏମଏସକେ ପ୍ରସାଦ ଓ ଦଳ ପ୍ରବନ୍ଧନ(ଅଧିନାୟକ ବିରାଟ କୋହଲି ଓ ରବି ଶାସ୍ତ୍ରୀ)ଙ୍କ ସାମ୍ନାରେ ଏହି ପ୍ରସ୍ତାବ ରଖି ପାରନ୍ତି।

ଏ ପ୍ଲସ ବର୍ଗରେ କୋହଲି, ରୋହିତ ଶର୍ମା, ଯଶପ୍ରୀତ ବୁମରା, ଭୁବନେଶ୍ଵର କୁମାର ଓ ଶିଖର ଧାଓ୍ଵନ ଅଛନ୍ତି।  ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପୂଜାରାଙ୍କୁ ଏହି ଚତ୍ମକାର ପ୍ରଦର୍ଶନର ପୁରସ୍କାର ମିଳିବା ଉଚିତ୍।  ସିଓଏ ପ୍ରମୁଖ ଦଳ ପ୍ରବନ୍ଧନ ଓ ମୁଖ୍ୟ ଚୟନକର୍ତ୍ତାଙ୍କ ସହିତ  ଏହା ଉପରେ ଆଲୋଚନା କରିବେ ଯେ କଣ ସବୁ ଫର୍ମାଟରେ  ଖେଳୁଥିବା ଖେଳାଳିଙ୍କ ବ୍ୟତୀତ ଅନ୍ୟ ଖେଳାଳିଙ୍କୁ ଏ ପ୍ଲସ ବର୍ଗରେ ରଖାଯାଇ ପାରିବ ନା ନାହିଁ। 

ସିଓଏ ପ୍ରମୁଖ କହିଛନ୍ତି ଯେ ପୂଜାରାଙ୍କୁ ଶୀର୍ଷ ଶ୍ରେଣୀରେ ସାମିଲ କଲେ ଯୁବ ଖେଳାଳିଙ୍କୁ ସନ୍ଦେଶ ଯିବ ଯେ ଟେଷ୍ଟ କ୍ରିକେଟରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳିଙ୍କୁ  ପ୍ରାଥମିକତା ମିଳିବ। ଉଲ୍ଲେଖଯୋଗ୍ୟ ଟେଷ୍ଟ ବିଶେଷଜ୍ଞ ଚେତେଶ୍ଵର ପୂଜାରାଙ୍କୁ ଗତ ଚାରି ପାଞ୍ଚ ବର୍ଷ ହେବ କୌଣସି ଆଇପିଏଲ ଦଳ କିଣି ନାହାନ୍ତି। 

Loading...

ନୂତନ କଣ୍ଟ୍ରାକ୍ଟରେ  ଯୁବ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତଙ୍କୁ ମଧ୍ୟ ଜାଗା ମିଳିପାରେ। ତାଙ୍କୁ ଚଳିତ ବର୍ଷ ଖେଳାଳିଙ୍କ କଣ୍ଟ୍ରାକ୍ଟରେ ସାମିଲ କରାଯାଇ ନାହିଁ।

Loading...
>