ନ୍ୟୁଜିଲାଣ୍ଡ ବିପକ୍ଷରେ ଆଗୁଆ ସିରିଜ୍ କବଜା କଲା ଭାରତ

ମାଉଣ୍ଟ ମୌଙ୍ଗନୁଇ : ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ତୃତୀୟ ମ୍ୟାଚରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ୭ ଉଇକେଟରେ ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ଟେଲରଙ୍କ ଅର୍ଦ୍ଧଶତକ ବଳରେ ୨୪୩ରନ୍ କରି ଅଲଆଉଟ୍ ହୋଇଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ମାର୍ଟିନ ଗୁପ୍ଟିଲ ୧୩, ମୁନରୋ ୭, ଅଧିନାୟକ କେନ୍ ୱିଲିୟମସନ ୨୮, ରସ୍ ଟେଲର ୯୩, ଟମ ଲାଥମ ୫୧, ବ୍ରେକୱେଲ ୧୫ ଓ ସଢି ୧୨ ରନ କରିଥିଲେ । ବୋଲିଂରେ ଭାରତ ପକ୍ଷରୁ ସାମିଙ୍କୁ ୩ ଉଇକେଟ୍ ମିଳିଥିବା ବେଳେ କୁମାର, ହାର୍ଦ୍ଦିକ ଓ ଚହଲଙ୍କୁ ୨ଟି ଲେଖାଏଁ ଉଇକେଟ୍ ମିଳିିଥିଲା । ୨୪୪ର ନ ବିଜୟ ଲକ୍ଷ୍ୟକୁ ଭାରତ ୪୩ ଓଭରରେ ୩ ଉଇକେଟ ହରାଇ ହାସଲ କରିଥିଲା । ଇନିଂସ ଆରମ୍ଭରୁ ଶିଖର ଧୁଆଁଧାର ବ୍ୟାଟିଂ କରି ୨୮ରନ କରିଥିବା ବେଳେ ରୋହିତ ୬୨, ବିରାଟ କୋହଲି ୬୦, ଅମ୍ବାତି ରାୟୁଡ ୪୦ ଓ ଦିନେଶ କାର୍ତ୍ତିକ ୩୮ ରନ୍ କରି ଅପରାଜିତ ରହିଥିଲେ । ନ୍ୟୁଜଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ୨ଟି ଉଇକେଟ୍ ମିଳିଥିଲା । ଏଥିସହିତ ଭାରତ ଏହି ସିରିଜକୁ ଆଗୁଆ ଜିତିନେଇଛି । ୫ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୩-୦ରେ ଆଗୁରା ରହିଛି ।ଭାରତ ୧୦ବର୍ଷ ପରେ ନ୍ୟୁଜିଲାଣ୍ଡରେ ଏକ ସିରିଜ ଜିତିବାକୁ ସକ୍ଷମ ହୋଇଛି ।ଉତ୍ତମ ଖେଳ ପ୍ରଦର୍ଶନ ପାଇଁ ଭାରତୀୟ ବୋଲର ମହମ୍ମଦ ସାମିଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷିତ କରାଯାଇଛି ।

Loading...
>