ଧୋନୀ କହିଲେ ଏହି ଦୁଇ ଘଟଣା ସବୁବେଳେ ମୋର ହୃଦୟରେ ରହିବ, ଯାହାକୁ କେବେ ଭୁଲି ପାରିବିନି

ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କହିଛନ୍ତି ୨୦୦୭ ଟି-୨୦ ବିଶ୍ୱକପ ଓ ୨୦୧୧ ବିଶ୍ୱକପ ଜିତିବା ପରେ ତାଙ୍କ ଟିମକୁ ଯେଉଁପରି ଢଙ୍ଗରେ ସ୍ୱାଗତ କରାଯାଇଥିଲା, ତାହାକୁ ସେ କେବେବି ଭୁଲିପାରିବେନି । ଏହା ଦୁଇଟି ଘଟଣା ମୋର ହୃଦୟ ସବୁବେଳେ ରହିବ ବୋଲି ସେ କହିଛନ୍ତି । ଧୋନୀଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ପ୍ରଥମ ଟି-୨୦ ବିଶ୍ୱକପ୍ ଭାରତ ଜିତିଥିବା ବେଳେ ୨୦୧୧ ଦିନିକିଆ ବିଶ୍ୱକପ ମଧ୍ୟ ବିଜୟୀ ହୋଇଥିଲା । ଧୋନୀ ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ୨୦୦୭ ଟି-୨୦ ବିଶ୍ୱକପ୍ ବିଜୟ ପରେ ଭାରତ ଆମେ ଫେରିଥିଲୁ । ଆମେ ଗୋଟିଏ ଖୋଲା ବସରେ ଯାତ୍ରା କରିଥିଲୁ ମୁମ୍ବାଇ ମରୀନ ଡ୍ରାଇଭରେ ଆମକୁ ଉଭୟ ପାଶ୍ୱର୍ରେ ପ୍ରଶଂସକ ଯେଉଭଳି ଭାବରେ ସ୍ୱାଗତ କରିଥିଲେ ତାହାକୁ ମୁଁ କେବେବି ଭୁଲି ପାରିବିନି । ସେହିପରି ୨୦୧୧ ବିଶ୍ୱକପ୍ ଟ୍ରଫି ଜିତିବାକୁ ୧୦ରୁ ୧୫ ଥିବା ବେଳେ ପଡିଆରେ ଦର୍ଶକମାନେ ଯେଭଳି ଢଙ୍ଗରେ ବନ୍ଦେ ମାତାରମ କହି ଚିକ୍ରାର କରୁଥିଲା ତାହାକୁ ମଧ୍ୟ କେବେବି ଭୁଲି ହେବନି ବୋଲି ସେ କହିଛନ୍ତି ।

Loading...
>