ଦେଶବାସୀ ଏବଂ ନିଜ ଫ୍ୟାନ୍‌ମାନଙ୍କୁ ବନ୍ୟା ପ୍ରପୀଡିତଙ୍କୁ ସହାୟତା ଯୋଗାଇଦେବା ପାଇଁ ଅପିଲ୍‌ କଲେ ସଚିନ୍

ମୁମ୍ବାଇ : ଦେଶବାସୀ ଏବଂ ନିଜ ଫ୍ୟାନ୍‌ମାନଙ୍କୁ ବନ୍ୟା ପ୍ରପୀଡିତଙ୍କୁ ସହାୟତା ଯୋଗାଇଦେବା ପାଇଁ ଅପିଲ୍‌ କରିଛନ୍ତି। ଟୁଇଟରେ ସଚିନ କହିଛନ୍ତି, ଦେଶର ବିଭିନ୍ନ ରାଜ୍ୟରେ ବନ୍ୟା ତାଣ୍ଡବରେ ଅନେକ ଲୋକଙ୍କ ଜୀବନ ଯାଇଛି। ବନ୍ୟା ଜଳ କିଛିଟା ହ୍ରାସ ହେବାରୁ ପରିସ୍ଥିତିରେ କିଛିଟା ଉନ୍ନତି ଘଟିଛି। ମୁଁ ପ୍ରଧାନମନ୍ତ୍ରୀଙ୍କ ରିଲଫ୍‌ ପାଣ୍ଠିକୁ ସହାୟତାର ହାତ ବଢାଇଛି। ଆପଣ ମଧ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳବାସୀଙ୍କୁ ସହାୟତାର ହାତ ବଢାନ୍ତୁ ବୋଲି ସଚିନ୍‌ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, କର୍ନାଟକ, ମହାରାଷ୍ଟ୍ର, କେରଳ ଏବଂ ଗୁଜରାଟରେ ବନ୍ୟା ଆସି ୨୨୭ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।

Loading...
>