ଟସ ବେଳେ କଏନ ନୁହେଁ ବ୍ୟାଟ୍ ପଡିଲା

ନୂଆଦିଲ୍ଲୀ :ପିଲାଦିନେ କ୍ରିକେଟ୍ ଖେଳୁଥିବା ବେଳେ ଟସ୍ ପକାଇବା ପାଇଁ ବିଭିନ୍ନ ଶୈଳୀର ବ୍ୟବହାର କରାଯାଉଥିଲା । ଏଭଳି ଏକ ଅଜବ ପ୍ରୟୋଗ ବିଗ୍ ବ୍ୟାଶ ଲିଗ୍ (ବିବିଏଲ୍) ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ କରାଯାଇଛି । ଅଷ୍ଟ୍ରେଲିଆରେ ଖେଳାଯାଉଥିବା ବିବିଏଲ୍ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଟସ୍କୁ ନେଇ ବଡ଼ ପରିବର୍ତ୍ତନ କରାଯାଇଛି । ଲିଗ୍ରେ ପ୍ରୟୋଗ ଭାବେ ଟସ୍ ପ୍ରକ୍ରିୟାକୁ ପରିବର୍ତ୍ତନ କରାଯାଇଛି ଏବଂ କଏନ୍ ବଦଳରେ ବ୍ୟାଟ୍ରେ ଟସ୍ କରାଯାଇଛି । ବିବିଏଲ୍ର ଅଷ୍ଟମ ସିଜନ୍ରେ ଆଡିଲେଡ୍ ଷ୍ଟ୍ରାଇକର୍ସ ଓ ବ୍ରିସବେନ୍ ହିଟ୍ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ପ୍ରଥମଥର ଟସ୍ ପାଇଁ ବ୍ୟାଟ୍ର ବ୍ୟବହାର କରାଯାଇଛି । ବ୍ରିସବେନ୍ ଗ୍ରାଉଣ୍ଡରେ ବୁଧବାର ଟି-୨୦ ମୁକାବିଲାରେ ଆଡିଲେଡ୍ ଷ୍ଟ୍ରାଇକର୍ସ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବ୍ୟାଟ୍ରେ ଟସ୍ ଜିତିବାରେ ଆଡିଲେଡ୍ ଷ୍ଟ୍ରାଇକର୍ସର କଲିନ୍ ଇନଗ୍ରାମ୍ ପ୍ରଥମ ଅଧିନାୟକ ହୋଇଛନ୍ତି । ତେବେ ବିଶେଷ କଥା ହେଉଛି, ଏହି ମୁକାବିଲାରେ ଅଷ୍ଟ୍ରେଲିଆର ପୂର୍ବତନ ଓପନର ମାଥ୍ୟୁ ହେଡେନ୍ ଟସ୍ ପାଇଁ ବ୍ୟାଟ୍ ପକାଇଥିଲେ । ଏହି ବ୍ୟାଟ୍ ଭିନ୍ନ ପ୍ରକାରର, ଯାହାର ଦୁଇ ପଟ ସମ୍ପୂର୍ଣ୍ଣ ସମାନ ।

Loading...
>