“କୋହଲିଙ୍କଠାରୁ ଶିକ୍ଷାଲାଭ କରିବାର ଅଛି’

କାନବେରା: ୱେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟିଂ ଶୈଳୀ ଓ ଦିଗ୍ଦର୍ଶନକୁ େଓଷ୍ଟଇଣ୍ଡିଜ୍ ଦଳ ସେଥିରୁ କିଛି ଶିକ୍ଷାଲାଭ କରିବା ଉଚିତ୍ ବୋଲି ପୂର୍ବତନ ମହାନ୍ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରା କହିଛନ୍ତି । ଟି-୨୦, ତା’ପରେ ଏକଦିବସୀୟ ମ୍ୟାଚ୍ରେ ବିରାଟ କୋହଲିଙ୍କ ଆଶ୍ଚର୍ଯ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କେବଳ ଭାରତୀୟ କ୍ରିକେଟର ନୁହେଁ, ୱେଷ୍ଟଇଣ୍ଡିଜ୍ର ବହୁ ପୁରୁଣା ଖେଳାଳିଙ୍କୁ ବିସ୍ମିତ କରିଛି । କେବଳ ସେତିକି ନୁହେଁ, ସେ ୱେଷ୍ଟଇଣ୍ଡିଜ୍ର ଖେଳାଳିମାନଙ୍କୁ ମଧ୍ୟ କେତେକ ପରାମର୍ଶ ମଧ୍ୟ ଦେଇଛନ୍ତି । କୋହଲିଙ୍କୁ ନିରୀକ୍ଷଣ କର ଏବଂ ତାଙ୍କଠାରୁ କିଛି ଶିଖିବା ପାଇଁ ପ୍ରୟାସ କର । ଏଭଳି ପରାମର୍ଶ ସେ ଖେଳାଳିମାନଙ୍କୁ ଦେଇଛନ୍ତି । ଲାରା କହିଛନ୍ତି ଯେ, ଏ ହି ସିରିଜ୍ରେ କୋହଲି ତାଙ୍କର ମାଷ୍ଟର କ୍ଳାସ୍ ପ୍ରଦର୍ଶନ କରିଥିଲେ । ସେହିପରି ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଟେଷ୍ଟ ମ୍ୟାଚରେ ମଧ୍ୟ ସେ ତାଙ୍କର ପାରଦର୍ଶିତା ଦେଖାଇବେ ବୋଲି ସେ କହିଛନ୍ତି । ନିଜେ ଦୃଢ଼ ବ୍ୟାଟିଂ କରିବା ସହ ଦଳକୁ ବିଜୟର ଦ୍ୱାରଦେଶରେ ପହଞ୍ଚାଉଛନ୍ତି । ସିରିଜ୍ରେ ଦୁଇ ଦୁଇଟି ଶତକ ତାଙ୍କୁ କେତେକ କିମ୍ବଦନ୍ତୀ ଖେଳାଳିଙ୍କ ରେକର୍ଡ଼ର ସମକକ୍ଷ କରାଇବା ସହ ସେମାନଙ୍କ ସହ ତୁଳନା କରିବା ଲାଗି ସୁଯୋଗ ସୃଷ୍ଟି କରିଛି ।

Loading...
>