କାହିଁକି ଆମିଷ ତ୍ୟାଗ କରିଛନ୍ତି ତାହାର ରାଜ ଖୋଲିଲେ ବିରାଟ

ନୂଆଦିଲ୍ଲୀ : ଭାରତୀୟ ଟିମର ଆଧିପତ୍ୟ ବଳବତ୍ତୋର ରହିବାର ଅନ୍ୟତମ ବଡ଼ କାରଣ ହେଉଛି ଫିଟନେସ୍ ଏବଂ ଲମ୍ବା ଫର୍ମାଟରେ ବିନା କ୍ଳାନ୍ତିରେ ଦୀର୍ଘ ସମୟ ଧରି କ୍ରିଜ୍ରେ ଛିଡ଼ା ହେବା । ଫିଟ୍ ରହିବା ଏବଂ ନିର୍ଦ୍ଦିଷ୍ଟ ଆହାର ଗ୍ରହଣ କରିବା ଉପରେ ବିରାଟ କୋହଲିଙ୍କ ଟିମ୍ ସବୁବେଳେ ଗୁରୁତ୍ୱ ଦିଏ । କୋହଲି ନିଜେ ମଧ୍ୟ ଏକଥା ପ୍ରକାଶ କରିଛନ୍ତି ଯେ, କେଉଁ କାରଣଣରୁ ଟେଷ୍ଟ ଫର୍ମାଟରେ ଭାରତୀୟ ଦଳ ସଫଳତାର ସହ ଖେଳିପାରୁଛି । ପ୍ରସଙ୍ଗକ୍ରମେ ସେ ମାଂସ ଖାଇବା ଛାଡ଼ି ଦେଇଥିବା କଥା କହିଛନ୍ତି । ୨୦୧୬ରୁ ଆମିଷ ପରିତ୍ୟାଗ କରିବା ତାଙ୍କ ପାଇଁ ଏବେ ଆଶୀର୍ବାଦ ହୋଇଛି ବୋଲି ସେ କହିଛନ୍ତି । ଏକ ପତ୍ରିକାକୁ ସାକ୍ଷାତକାର ଦେବା ଅବସରରେ କୋହଲି କହିଛନ୍ତି ଯେ, ଗତ ଦେଢ଼ ବର୍ଷ ଧରି ସେ ସଂପୂର୍ଣ୍ଣ ଭାେବେ ନିରାମାିଶାଷୀ ହୋଇଯାଇଛନ୍ତି । ତା\’ପୂର୍ବରୁ ସେ ବହୁମାତ୍ରାରେ ଆମିିଷ ବିଶେଷ କରି ମାଂସ ଖାଉଥିଲେ । ନାଲି ମାଂସ ପ୍ରତି ତାଙ୍କର ବିଶେଷ ଦୁର୍ବଳତା ରହିଛି । ସେତେବେଳେ ମାଂସ ଖାଇବା ତାଙ୍କ ପାଇଁ ଉପକାରରେ ଆସୁଛି ବୋଲି ସେ ଅନୁଭବ କରୁଥିଲେ ।ଏହା କାଇବା ଦ୍ୱାରା ବାସ୍ତବରେ ଖେଳିଲା ବେଳେ ସେ ସୁସ୍ଥ ଓ ଆରାମ ଅନୁଭବ କରୁଥିଲେ । ୨୦୧୬ ଜାନୁଆରୀରୁ ଆଇପିଏଲ୍ ଶେଷ ପର୍ଯ୍ୟନ୍ତ ମାଂସ ଖାଇବା ତାଙ୍କ ପାଇର୍ ଭଲ ବୋଲି ତାଙ୍କର ହୃଦ୍ବୋଧ ହୋଇଥିଲା । ଅନ୍ୟ ଫର୍ମାଟ୍ ଅପେକ୍ଷା ଟେଷ୍ଟ ଫର୍ମାଟ୍ ସଂପୂର୍ଣ୍ଣ ଭିନ୍ନ । ଏହି ପର୍ମାଟରେ ଖେଳିବା ପାଇଁ ଅଧିକ ଶକ୍ତି ଓ ଧୈର୍ଯ୍ୟ ଆବଶ୍ୟକ । ସବୁବେଳେ ସେ ଫିଟ୍ ରହିବା ପାଇଁ ଚେଷ୍ଟା କରନ୍ତି । ତେବେ ପୂର୍ବତନ ଫିଟ୍ନେସ୍ ଗୁରୁ ଶଙ୍କର ବସୁ ୨୦୧୬ ପରେ ତାଙ୍କୁ ଯେଉଁ ପରାମର୍ଶ ଦେଇଥିଲେ, ତାହା ମହତ୍ୱପୂର୍ଣ୍ଣ ଥିଲା । ସେ କୋହଲିଙ୍କୁ କହିଥିଲେ ଯେ, ଟେଷ୍ଟ ଫର୍ମାଟରେ ସଫଳତା ପାଇଁ ଆହାର ଅଭ୍ୟାସ ପ୍ରତି ଧ୍ୟାନ ଦିଆଯିବା ଜରୁରୀ । କ\’ଣ ଖାଇବ ଓ କ\’ଣ ନଖାଇବ, କି ପ୍ରକାର ତାଲିମ୍ ନେବ ଏବଂ କେଉଁ ତାଲିମ୍ ଅନାବଶ୍ୟକ ସେସବୁ ଉପରେ ବସୁ ତାଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇ ଦେଇଥିଲେ । ସେଗୁଡ଼ିକୁ କୋହଲି ପାଳନ କରିବାକୁ ଯାଇ ଆମିଷ ଖାଇବା ଛାଡ଼ି ଦେଇଥିଲେ । ଏବେ ତାହା କାମରେ ଆସୁଛି ବୋଲି କୋହଲି ସ୍ୱୀକାର କରିଛନ୍ତି ।

Loading...
>