ଏହି ପୂର୍ବତନ ଉଇକେଟ୍ କିପର କହିଲେ ପନ୍ଥଙ୍କୁ ଧୋନୀଙ୍କ ସହ ତୁଳନା କରାନଯାଉ

ନୂଆଦିଲ୍ଲୀ : ପୂର୍ବତନ ଅଷ୍ଟ୍ରେଲିୟା ୱିକେଟ୍ କିପର ଏଡମ ଗିଲକ୍ରିଷ୍ଟଙ୍କ ଅନୁସାରେ ଋଷଭ ପନ୍ଥଙ୍କୁ ଆଗାମୀ ଏମ ଏସ ଧୋନୀ ହେବାର ଚେଷ୍ଟା କରିବା ଆବଶ୍ୟକ ନାହିଁ । ତାଙ୍କୁ ନିଜର ଖେଳରେ ସୁଧାର ଆଣିବା ସହ ନିଜକୁ ସବୁଠାରୁ ବେଷ୍ଟ ପର୍ଫମାନ୍ସ ହେବା ଦରକାର । ଗିଲକ୍ରିଷ୍ଟ ଏହା ଧୋନୀଙ୍କ ସହ ନଜରକୁ ଆସିଥିଲେ । ଗିଲକ୍ରିଷ୍ଟ ଦୁଇ ଖେଳାଳୀଙ୍କୁ ତୁଳନା ନକରିବାକୁ କହିଛନ୍ତି ।ଗିଲକ୍ରିଷ୍ଟ କହିଛନ୍ତି ମୋତେ ଲାଗୁଛି ଭାରତୀୟ ପ୍ରଶଂସକମାନେ ପନ୍ଥଙ୍କ ତୁଳନା ଧୋନୀଙ୍କ ସହ ନକରିବା ଦରକାର । ଧୋନୀ ଅନେକ ଉଚ୍ଚ ମାନଦଣ୍ଡ ସ୍ଥାପନା କରିଛନ୍ତି । ହୋଇପାରେ କେହି ତାଙ୍କର ସମାସ୍କନ୍ଦ ହୋଇପାରନ୍ତି, କିନ୍ତୁ ଏଭଳି ସମ୍ଭାବନା ନାହିଁ । ପନ୍ଥଙ୍କ ତୁଳାନା କରାଯାଉଥିବା ନେଇ କହିଛନ୍ତି । ଟିମ୍‌ରେ ସାମିଲ ହେବା ପରେ ସେ ବ୍ୟାଟିଂ, କିପିଂ ଓ ରିଭ୍ୟୁ ନେବା ଭଳି ମାମଲାକୁ ନେଇ ପନ୍ଥଙ୍କ କ୍ରମାଗତ ଆଲୋଚନା ହେଉଛି । ଗତ ବାଙ୍ଗଲାଦେଶ ବପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତର ପରାଜୟ ପରେ ଭୁଲ ଡିଆରଏସକୁ ନେଇ ପ୍ରଶଂସକଙ୍କ ପନ୍ଥଙ୍କୁ ଦାୟୀ କରିଥିଲେ ।

Loading...
>