ଋଷଭଙ୍କ ବ୍ୟାଟିଂ ଦେଖି ପ୍ରେମିକା କହିଲେ ଏମିତି କଥା…

ଚେନ୍ନାଇ: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟ ଚାଲିଥିବା ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚରେ ଯଦିଓ ଭାରତ ଭ୍ରମଣକାରୀ ଦଳଠାରୁ ପରାସ୍ତ ହୋଇଥିଲା, କିନ୍ତୁ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ ବ୍ୟାଟିଂ ଚର୍ଚ୍ଚାରେ ଥିଲା। ଗତ କିଛି ମ୍ୟାଚ୍‌ରେ ଖରାପ ଫର୍ମ ଦେଇ ଗତି କରୁଥିବା ଋଷଭଙ୍କୁ ବହୁ ସମାଲୋଚନା ଶିକାର ହେବାକୁ ପଡୁଥିଲା। ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚରେ ଋଷଭ ୬୯ଟି ବଲରେ ୭୧ ରନର ପାଳି ଖେଲି ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ଋଷଭଙ୍କ ଏହି ପାଳି ଦେଖି ତାଙ୍କ ଗର୍ଲଫ୍ରେଣ୍ଡ୍‌ ଇଶା ନେଗି ମଧ୍ୟ ଭାବୁକ ହୋଇପଡିଛନ୍ତି। ସେ ଋଷଭ ଖେଲୁଥିବା ବେଳର ଏକ ଫଟୋ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି ‘ଦ କିଙ୍ଗ୍‌ ଋଷଭ୍‌ ପନ୍ତ’। ଚଳିତବର୍ଷ ଜାନୁଆରରେ ଇନଷ୍ଟାଗ୍ରାମ ଇଶାଙ୍କ ଫଟୋ ଛାଡି ତାଙ୍କୁ ପ୍ରେମ କରୁଥିବା ଋଷଭ ସ୍ବୀକାର କରିଥିଲେ।

Loading...
>