fbpx
Home Recipes ପନୀର ବଟର ମସଲା

ପନୀର ବଟର ମସଲା

ଆପଣ ପନୀରରେ ଏଭଳି କିଛି ଡିସ୍ ବନେଇବାକୁ ଚାହୁଁଛନ୍ତି କି ଯାହାକି ଶୀଘ୍ର ତିଆରି ହୋଇଯିବ ଏବଂ ଖାଇବାରେ ମଧ୍ୟ ସ୍ୱାଦିଷ୍ଟ ଥିବ । ତେବେ ବନାନ୍ତୁ ଆପଣଙ୍କ ଡିନରରେ ପନୀର ବଟର ମସଲା । ଯାହାକି ଆପଣଙ୍କ ଖାଦ୍ୟର ମଜା ବଢ଼େଇ ଦେବ । ଯିଏ ଖାଇବ ଆପଣଙ୍କ ପ୍ରଶଂସା ନକରି ରହିପାରିବନି । ଜାଣନ୍ତୁ ଏହାର ବିଧି ।
କଣ ନେବେ : ୨ କପ୍ ପନୀର, ୨ ବଡ଼ କଟା ଟମାଟର, ଛୋଟ କଟା ଅଦା, ୧/୨ କପ୍ କ୍ରିମ୍ ବା ସର, ଲୁଣ ସ୍ୱାଦ ଅନୁସାରେ, ୨ ଚାମଚ ତେଲ, ୩ଟି କଟା କଞ୍ଚାଲଙ୍କା, ୧/୪ ଚାମଚ ହଳଦୀ ପାଉଡର, ୧/୪ ଚାମଚ ଲଙ୍କା ପାଉଡର, ୧ ଚାମଚ ଧନିଆ ପାଉଡର, ଟିକେ କସ୍ତୁରି ମେଥି, ୧/୪ ଚାମଚ ଗରମ ମସଲା, ଟିକେ ଜିରା ଏବଂ ଗ୍ରାଇଣ୍ଡରରେ ଟମାଟର, ଲଙ୍କା ଏବଂ ଅଦା ପକେଇ ପେଷ୍ଟ ବନେଇବେ ।
କିପରି ବନେଇବେ :ପ୍ରଥମେ କଢ଼େଇରେ ଟିକେ ତେଲ ପକାଇ ଗରମ କରି ସେଥିରେ ଧନିଆ, ଜିରା ଏବଂ ହଳଦୀ ପକାଇ ଭାଜି ଦିଅନ୍ତୁ । ସେଥିରେ ପେଷ୍ଟକୁ ପକେଇ ଟିକେ ଭାଜନ୍ତୁ ଏବଂ ତା ଉପରେ ଲଙ୍କା ପାଉଡର ଏବଂ ମେଥି ପକାଇ ମସଲା ମୋଟା ହୋଇ ତେଲ ଛାଡ଼ିବା ପର୍ଯ୍ୟନ୍ତୁ କସନ୍ତୁ । ତାପରେ ସେଥିରେ କ୍ରିମ୍, ଧନିଆ ପତ୍ର, ଗରମ ମସଲା ଏବଂ ଲୁଣ ପକାଇ ଭଲ ଭାବରେ ମିଶାନ୍ତୁ । ଫୁଟିଗଲେ ସେଥିରେ ପନୀର ଖଣ୍ଡ ପକାଇ ଗ୍ୟାସ୍ ସିମ୍ କରି ଘାଣ୍ଟି ଘୋଡ଼ାଇ ଦିଅନ୍ତୁ । ୫ ମିନିଟ୍ ପରେ କାଢ଼ି ଦିଅନ୍ତୁ । ଆପଣଙ୍କ ପନୀର ବଟର ମସଲା ରେଡି । ବର୍ତ୍ତମାନ ତାକୁ ଗିନାରେ କାଢ଼ି ରୁଟି ପରଟା ବା ଭାତ ସହିତ ଖାଇବାକୁ ଦିଅନ୍ତୁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଓଡ଼ିଶାବାସୀଙ୍କ ସହଯୋଗ ଓ ସଚେତନତା ପାଇଁ କମ୍ କେସ୍ ଆସିଛି : ସୁବ୍ରତ ବାଗଚୀ

ଭୁବନେଶ୍ୱର: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟର ପ୍ରଥମ ପଜିଟିଭ୍ ୧୫ମାର୍ଚ୍ଚରେ ଜଣାପଡ଼ିଥିଲା । ସେହିପରି ରାଜ୍ୟର...

ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ : ସବୁ ଜିଲ୍ଲାରେ ଖୋଲିବ COVID-19 ହସ୍ପିଟାଲ୍

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାର ଲାଗିଛି । ସ୍ଥିତିକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତିନି ଥିବା...

ଟି-୨୦ ବିଶ୍ୱକପ ନହେଲେ ଆଇପିଏଲ ହେବ : ସୂତ୍ର

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ଯୋଗୁଁ ବହୁ ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟକୁ ସ୍ଥଗିତ କିମ୍ବା ବାତିଲଲ କରାଯାଇଛି । କ୍ରିକେଟର ସବୁଠୁ ବ୍ୟୟବହୁଳ ଓ ଆକର୍ଷଣୀୟ ଇଭେଣ୍ଟ ଆଇପିଏଲକୁ ମଧ୍ୟ...

ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ

ସାଉଥବଲଣ୍ଡା:ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଜ୍ୱାଳାମୁଖୀ ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଗତକାଲି ନିଶାର୍ଦ୍ଧରେ ଚିହ୍ନଟ ହୋଇଯାଇଛି । ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗରେ ପ୍ରାୟ ୪୦୦ମିଟର ଦୂରରେ ଥିବା ଅରା ବାଉଁଶବଣ ନିକଟସ୍ଥ...

Recent Comments

>