ବିଜେପିର ମେଗା ସଦସ୍ୟତା ଅଭିଯାନ, କାଶୀରୁ ଆରମ୍ଭ କଲେ ମୋଦି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ଭାଜପା) ଶନିବାରଠାରୁ ତା’ର ମେଗା ସଦସ୍ୟତା ଅଭିଯାନ ଆରମ୍ଭ କରିଛି। ଏହାର ମୂଳ ଲକ୍ଷ୍ୟ ହେଲା ଭାଜପାର ୧୧କୋଟି ସଦସ୍ୟଙ୍କୁ ବଢାଇ ୨୦ କୋଟି କରିବା। ଭାଜପାର ମାତୃସଂସ୍ଥା ଜନସଂଘର ସଂସ୍ଥାପକ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ଅବସରରେ ଭାଜପା ଏହି ଅଭିଯାନ ଆରମ୍ଭ କରିଛି। ଭାଜପାର ବରିଷ୍ଠ ନେତାମାନେ ଏଡି ଅଭିଯାନରେ ଯୋଗ ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନିର୍ବାଚନ ମଣ୍ଡଳି କାଶୀରୁ ଏହାର ଶୁଭାରମ୍ଭ କରିଛନ୍ତି।

Loading...
>