ବୈଷ୍ଣବଙ୍କ ପାଇଁ ବଳି ପଡିଲେ ଜୟନାରାୟଣ

ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ଆଜି ବିଧାନସଭା ପରିସରରେ ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତା ବେଳେ ନିଜ ଦଳର ଆଭ୍ୟନ୍ତରୀଣ କଥା କହୁ କହୁ କହିଦେଇଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ଯେ, ବିରୋଧୀ ଦଳ ନେତା ପଦ ପାଇଁ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତରେ ସବୁ ବିଧାୟକ ତାଙ୍କ ନାମ କହିଥିଲେ । ସମସ୍ତେ ମୋର ନାମ ହିଁ କହିଥିବା ନେଇ ମୋତେ ବିଧାୟକମାନେ ମଧ୍ୟ ଜଣାଇଥିଲେ । ତେବେ ପରବର୍ତ୍ତୀ ଅବସ୍ଥାରେ କ’ଣ ହେଲା କେଜାଣି ନାମ ପରିବର୍ତ୍ତନ କରାଗଲା । ଏ ନେଇ କେନ୍ଦ୍ରୀୟ ନେତୃତ୍ୱ କହିପାରିବେ । ଦଳ କହିବା ଅନୁଯାୟୀ ମୁଁ ପ୍ରାୟ ଏକମାସ ଧରି ବିରୋଧୀ ଦଳ ଭୂମିକାରେ କାର୍ଯ୍ୟ କରୁଥିଲା । ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ ଏ ସବୁ ବିଗିଡି ଯାଇଥିଲା । ତେବେ ଅଶ୍ୱନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ପାଇଁ ସେ ବଳି ପଡିଲେ କି ବୋଲି ପ୍ରଶ୍ନ ହେବାରୁ ଶ୍ରୀ ମିଶ୍ର ହୋଇଥାଇପାରେ ବୋଲି କହିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଚଳିତ ବିଧାନସଭାରେ ବିଜେପି ଦଳ ପ୍ରଥମ ଥର ପାଇଁ ମୁଖ୍ୟ ବିରୋଧୀ ଦଳ ଭାବରେ ଓଡିଶା ବିଧାନସଭାରେ ଉଭା ହୋଇଛି । ଏଣୁ ବିରୋଧୀ ଦଳ ନେତା ପଦ ବିଜେପିକୁ ମିଳିଛି । ତେବେ ଏହି ପଦ ମର୍ଯ୍ୟାଦ ଗାମ୍ଭିର୍ଯ୍ୟ ବହନ କରୁଥିବା ବିରୋଧୀ ଦଳ ନେତା ପଦ ପାଇଁ ବିଜେପିରେ ବହୁଦିନ ଧରି ଦ୍ୱନ୍ଦ୍ୱ ଲାଗି ରହିଲା । ଏପରିକି ବିଧାନସଭା ଅଧିବେଶନ ଆରମ୍ଭର ପୂର୍ବଦିନ ରାତିରେ ବାଚସ୍ପତିଙ୍କୁ ବିରୋଧୀ ଦଳ ନେତାଙ୍କ ନାମ ଦଳ ପକ୍ଷରୁ ଦିଆଯାଇଥିଲା । ଯାହା ଫଳରେ ପ୍ରଦୀପ୍ତ ନାୟକ ବିରୋଧୀ ଦଳ ନେତା ହୋଇଥିଲେ । ତେବେ ପୂର୍ବରୁ ଜୟନାରାୟଣ ମିଶ୍ର ବିରୋଧୀ ଦଳ ନେତା ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା ।

Loading...
>