ଶତ ପ୍ରତିଶତ ବହୁମତ ସାବ୍ୟସ୍ତ କରିବୁ : ୟେଦିୟୁରପ୍ପା

ବାଙ୍ଗାଲୋର : କର୍ଣ୍ଣାଟକ ବିଧାନସଭାରେ ବିଶ୍ୱାସ ମତ ଦିନକୁ ପୂର୍ବରୁ ଅର୍ଥାତ୍ ରବିବାର ଦିନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା ବହୁମତ ସାବ୍ୟସ୍ତ କରିବାକୁ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି । ପୂର୍ବର କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଦ୍ୱାରା ପ୍ରସ୍ତୁତ ହୋଇଥିବା ବିତ୍ତ ବିଧେୟକକୁ ବିନା କୌଣସି ପରିବର୍ତ୍ତନରେ ସୋମବାର ଗୃହରେ ଆଗତ କରିବି । ସେ କହିଛନ୍ତି ସୋମବାର ଶତ ପ୍ରତିଶତ ମୁଁ ବହୁମତ ସାବ୍ୟସ୍ତ କରିବି । ୟେଦୁ କହିଛନ୍ତି ଯ, ବିତ୍ତ ବିଧେୟକ(ବିନିଯୋଗ ବିଧେୟକ) ଶୀଘ୍ର ପାରିତ କରିବା ନିହାତି ଜରୁରୀ ଅନ୍ୟଥ ଆମେ ଦରମା ଦେବା ପାଇଁ ଟଙ୍କା ନେଇପାରିବୁ ନାହିଁ । ଏଇଥି ପାଇଁ ଆସନ୍ତାକାଲି ବହୁମତ ସାବ୍ୟସ୍ତ କରିବା ପରେ ଏହି ବିଧେୟକଙ୍କୁ ଗୃହରେ ଆଗତ କରାଯିବ ।
ସୂଚନାଯୋଗ୍ୟ ଯେ, ଆଜି ଗୃହର ଅଧ୍ୟକ୍ଷ ରମେଶ କୁମାର ଦଳବଦଳ ଆଇନ ବଳରେ କଂଗ୍ରେସ ଓ ଜେଡିଏସର ୧୪ଜଣ ବିଧାୟକଙ୍କ ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । ଯାହା ଫଳରେ ଅଯୋଗ୍ୟ ଘୋଷିତ ବିଧାୟକଙ୍କ ସଂଖ୍ୟା ଏବେ ୧୭ରେ ପହଞ୍ଚିଛି । ସୋମବାର ୟେଦ୍ଦିୟୁରାପଙ୍କ ବହୁମତ ସାବ୍ୟସ୍ତ ବେଳେ ଏହାର କୌଣସି ପ୍ରଭାବ ପଡିବନି । ଗୃହରେ ଅଧ୍ୟକ୍ଷଙ୍କୁ ଛାଡି ଦେଲେ ୨୨୪ ସଦସ୍ୟ ବିଧାନସଭାରେ ଏବେ ୨୦୭ ସଦସ୍ୟ ରହିଛନ୍ତି । ବହୁମତ ପାଇଁ ଏବେ ୧୦୪ ସଦସ୍ୟଙ୍କ ଭୋଟ ଦରକାର । ବିଜେପି ପାଖରେ ଜଣେ ସ୍ୱାଧୀନ ବିଧାୟକଙ୍କ ସମେତ ୧୦୬ ସଦସ୍ୟ ଥିବା ବେଳେ କଂଗ୍ରେସ ପାଖରେ ୬୬ ଓ ଜେଡିଏସ୍ ପାଖରେ ୩୪ ବିଏସ୍ପି ପାଖରେ ଜଣେ ସଦସ୍ୟ ରହିଛନ୍ତି ।

Loading...
>