ଥରିଲା ଚେନ୍ନାଇ
News February 12, 2019
ଚେନ୍ନାଇ : ବଙ୍ଗୋପ ସାଗର ଉପକୂଳରେ ମଙ୍ଗଳବାର ସକାଳେ ଏକ ୪.୯ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଆମେରିକା ଭୂତତ୍ତ୍ୱ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ, ସମୁଦ୍ର ପତ୍ତନରୁ ୧୦ କିଲୋମିଟର ଦୂରରେ ଏହାର କେନ୍ଦ୍ରସ୍ଥଳ ଥିବା ବେଳେ ଚେନ୍ନାଇଠାରୁ ଏହା ୬୦୯ କିଲୋମିଟର ଦୂରରେ ଅନୁଭୂତ ହୋଇଥିଲା। ତେବେ ଏଥିରେ ଲୋକମାନେ ଭୟଭିତ ହୋଇ ଯାଇଥିବା କହିଛନ୍ତି। ଏହା ପୁଣି ଥରେ ୨୦୦୪ରେ ଆସିଥିବା ସୁନାମୀ ଭୟ ସୃଷ୍ଟି କରିଛି ବୋଲି କେହି କେହି ମତ ଦେଇଛନ୍ତି। ହେଲେ ପାଣିପାଗ ବିଭାଗ ପକ୍ଷରୁ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ।
Loading...