ସିଙ୍ଗାପୁର ବୁଲିବେ ବିଜୁ ଯୁବ ବାହିନୀ ସଦସ୍ୟ

ଭୁବନେଶ୍ୱର : ଆସନ୍ତା ଫେବୃଆରୀ ମାସ ଶେଷ ସପ୍ତାହରେ ରାଜ୍ୟ ସରକାର ବିଜୁ ଯୁବ ବାହିନୀର ୧୨୦ଜଣ ସଭ୍ୟଙ୍କୁ ସିଙ୍ଗାପୁର ବୁଲାଇନେବେ । ମୁଁ ହିରୋ କାର୍ଯ୍ୟକ୍ରମରେ ସଫଳତାର ସହ କାର୍ଯ୍ୟ କରିଥିବା ଏହି ସଦସ୍ୟମାନଙ୍କୁ ରାଜ୍ୟ ସରକାର ଉତ୍ସାହିତ କରିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି । ରାଜ୍ୟର ୩୧୪ ବ୍ଲକରୁ ପ୍ରଥମ ପର୍ଯ୍ୟାୟରେ ୬୨୮ଜଣଙ୍କ ମଧ୍ୟରୁ ୧୨୦ଜଣଙ୍କୁ ସିଙ୍ଗାପୁର ପଠାଇବା ପାଇଁ ମନୋନୀତ କରାଯାଇଛି । ପର୍ଯ୍ୟାୟକ୍ରମେ ଏଥିରେ ଅନ୍ୟ ଉତ୍ସାହୀ କର୍ମକର୍ତ୍ତାଙ୍କୁ ସାମିଲ କରାଯିବ । ଜିଲ୍ଲାପାଳମାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱବଧାନରେ ଏମାନଙ୍କୁ ବଛାଯାଉଛି । ଇତି ମଧ୍ୟରେ ବିଜୁ ଯୁବ ବାହିନୀର ଜୋନାଲ ସମାବେଶ ଆରମ୍ଭ ହୋଇଛି । ଫେବୃଆରୀ ମଧ୍ୟ ଭାଗ ବେଳକୁ ସାରା ରାଜ୍ୟରେ ଜୋନାଲ ସମାବେଶ ଶେଷ ହେବ । ୫ରୁ ୭ଟି ଜିଲ୍ଲାକୁ ନେଇ ଏହି ସମାବେଶ କରାଯିବ ।

Loading...
>