ଭାଲେଣ୍ଟାଇନ ଡେ’କୁ ନିଆରା ଢଙ୍ଗରେ ପାଳିଲା ସାମାଜିକ ସଂଗଠନ

କଣ୍ଟାପଡା: ଭାଲେଣ୍ଟାଇନ ଡେ’କୁ କିଏ କିପରି ଭାବରେ ପାଳନ କରୁଥିବାବେଳେ ସାଇଲୋ ବଡ ବିଲସ୍ଥିତ ଆମ ଅଧିକାର ସାମାଜିକ ସଂଗଠନ ଏକହାକୁ ନିଆରା ଢଙ୍ଗରେ ପାଳନ କରୁଛି। ପ୍ରତିବର୍ଷ ଭଳି ଗୁରୁବାର ଏହି ସାମାଜିକ ସଂଗଠନ ଏକ ରକ୍ତଦାନ ଶିବିର ଆୟୋଜନ କରିଛି। ଅଧ୍ୟାପକ ଚିନ୍ନୟ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିବା ସହ ରକ୍ତଟିଏ ଦେଇ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଉଥିବା ରକ୍ତଦାତାର ତ୍ୟାଗକୁ ସମାଜ କେବେ ଭୁଲିଯିବା ଉଚିତ ନୁହେଁ ବୋଲି କହିଥିଲେ। ପ୍ରଫେସର ରାମଚନ୍ଦ୍ର ପଣ୍ଡା ଅନ୍ୟତମ ଅତିଥି ଭାବେ ଯୋଗଦେଇ ଏହି ଦିନଟିରେ ରକ୍ତଦାନ କରିବା ଅର୍ଥ ମଣିଷକୁ ପ୍ରକୃତ ଭଲପାଇବା ବୋଲି କହିଥିଲେ।

Loading...
>