୨୬ବର୍ଷ ପରେ ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬ ବର୍ଷର ଅବସାନ ପରେ ଏହା ସମ୍ଭାବ ହୋଇପାରିଛି । ଶୁକ୍ରବାର ମୈନପୁରୀଠାରେ ଏସପି-ବିଏସପି-ଆରଏଲଡି ମିଳିତ ନିର୍ବାଚନୀ ସଭାରେ ଦୁଇ ନେତାଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏହି ଅବସରରେ ଏହି ଦୁଇ ନେତା ଉପସ୍ଥିତ ସମର୍ଥକମାନଙ୍କୁ ହାତ ହଲାଇ ସମ୍ବୋଧିତ କରିଥିଲେ । ସୂଚନାଯୋଗ୍ୟ ଯେ, ୧୯୯୫ରେ ରାଜ୍ୟ ଅତିଥି ଭାବନରେ ବିଏସପି ସୁପ୍ରିମୋ ମାୟାବତୀ ତାଙ୍କ ସମର୍ଥକମାନଙ୍କ ସହ ଆଲୋଚନା କରୁଥିବାବେଳେ ଏସପି କର୍ମୀମାନେ ଆକ୍ରମଣ କରିଥିଲେ । ଏହା ପରଠାରୁ ମୁଲାୟମ ଓ ମାୟାବତୀ ପରସ୍ପରର ତୀବ୍ର ବିରୋଧ ଭାବେ ରହିଆସିଥିଲେ ।

Loading...
>