ମହିଳାଙ୍କୁ ଟେକି ନେଇ ୩ ଖଣ୍ଡ କଲା ବାଘ

ଜୟପୁର : ରାଜସ୍ଥାନ ସବାଇ ମାଧୋପୁର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଥିବା କୁଣ୍ଡେରା ଗାଁରେ ଜଣେ ମହିଳା ଖୋଲାରେ ଶୌଚ ହେବା ପାଇଁ ବିଲକୁ ଯାଇଥିବା ସମୟରେ ତାଙ୍କୁ ବାଘ ଟେକି ନେଇଛି। ପରେ ବନ ବିଭାଗ କର୍ମଚାରୀ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଓ ଶାଢ଼ି ଉଦ୍ଧାର କରିଛନ୍ତି। ବାଘ ମହିଳାଙ୍କୁ ୩ ଖଣ୍ଡ କରି ଦେଇଥିବା କୁହାଯାଉଛି। ମହିଳା ଜଣକ ମୁନ୍ନୀ ଦେବୀ ବୋଲି ଗାଁ ଲୋକେ କହିଛନ୍ତି। ମୃତ ଦେହର ପୋଷ୍ଟମର୍ଟମ୍‌ ପରେ ଅନ୍ତିମ ସଂସ୍କାର କରାଯାଇଥିବା ଉପଜିଲାପାଳ ଲକ୍ଷ୍ମୀକାନ୍ତ କଟାରା ସୂଚନା ଦେଇଛନ୍ତି। ବାଘ ନିକଟସ୍ଥ ବିଲରେ ଲୁଚି ଥିବା ଅନୁମାନ କରାଯାଛି। ବାଘକୁ ଧରି ଜଙ୍ଗଲରେ ଛାଡିବା ପାଇଁ ଗାଁ ଲୋକେ ଦାବୀ କରିଛନ୍ତି।

Loading...
>