କାଳ ଗୁମ୍ଫାରୁ ସମସ୍ତ ଖେଳାଳି ଉଦ୍ଧାର

ବ୍ୟାଙ୍କକ: ଥାଇଲାଣ୍ଡର ଏକ ଗୁମ୍ଫାରେ ଫଶିଥିବା ସମସ୍ତ ଫୁଟବଲ୍ ଖେଳାଳି ଉଦ୍ଧାର ହୋଇଛନ୍ତି । ଆଜି ସବୁ ପ୍ରକାର ଉଦ୍ୟମ କରାଯାଇ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ସମସ୍ତଙ୍କୁ ଉଦ୍ଧାର କରାଯାଇଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଥାଇଲାଣ୍ଡ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଷ୍ଟ୍ରେଚର ଜରିଆରେ ଏହି ନାବାଳକ ଖେଳାଳିମାନଙ୍କୁ ଗୁମ୍ଫା ଭିତରୁ ବାହାର କରାଯାଇଥିଲା । ଦୁଇଟି ପର୍ଯ୍ୟାୟରେ ୮ ଜଣ ଖେଳାଳିଙ୍କୁ ଉଦ୍ଧାର କରାଯାଇଥିଲା । ଅବଶିଷ୍ଟ ୩ ଜଣ ଖେଳାଳିଙ୍କୁ ଆଜି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏହାପରେ ସବୁ ମହଲରେ ଆଶ୍ୱସ୍ତି ପ୍ରକାଶ ପାଇଛି । ଥାଇଲାଣ୍ଡ ସରକାର ଏହି ଖେଳାଳିମାନଙ୍କୁ ଉଦ୍ଧାର କରିବା ଦିଗରେ ସବୁ ପ୍ରକାର ସହଯୋଗ କରିଥିବାରୁ ବିଭିନ୍ନ ଦେଶ ଥାଇଲାଣ୍ଡକୁ ଧନ୍ୟବାଦ ଜଣାଇଛନ୍ତି ।

Loading...
>