ନବୀନଙ୍କୁ ୭୩ ବସନ୍ତ ଛୁଇଁଲା

ଭୁବନେଶ୍ୱର,:ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୩ ବର୍ଷରେ ପଦାର୍ପଣ କରିଛନ୍ତି । “ତିତଲି’ ବିପର୍ଯ୍ୟାୟ ପାଇଁ ନିଜ ଜନ୍ମ ଦିନକୁ ପାଳନ କରିନଥିଲେ ମଧ୍ୟ ବିଭିନ୍ନ ମହଲରୁ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ସୁଆ ଛୁଟିଛି । ଏହି କ୍ରମରେ  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ନେତାମାନେ ମୁଖ୍ୟମନ୍ତ୍ରୀ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିଜ ଟ୍ୱିଟର ପୃଷ୍ଠାରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭକାମନା ଜଣାଇବା ସହ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି ଶ୍ରୀ ପ୍ରଧାନ । ସେହିପରି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ନବୀନଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ତିନୋଟି ହେଲିକପ୍ଟରରୁ ଅତି କମରେ ଦୁଇଟି ହେଲିକପ୍ଟରକୁ ବନ୍ୟା ପ୍ରଭାବିତ ଅଂଚଳରେ ରିଲିଫ ପାଇଁ ବ୍ୟବହାର କରିବାକୁ ନିବେଦନ କରିଛନ୍ତି। ଆନ୍ତର୍ଜାତୀୟ ଖାତିନାମା ବାଲୁକାଶିଳ୍ପୀ ବାଲୁକା କଳା ମାଧ୍ୟମରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ଜୀବନ କାମନା କରିବା ସହ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ।  ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଅନେକ ସ୍ୱେଚ୍ଛାସେବୀ ଓ ଭିନ୍ନ ସଂଗଠନ ଏବଂ ବିଭିନ୍ନ ମହଲରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛାର ସୁଅ ଛୁଟିଛି। ତେବେ ପ୍ରକାଶ ଥାଉକି, ଚଳିତବର୍ଷ ବାତ୍ୟା ତିତଲି ଓ ଏହାର ପରବର୍ତ୍ତୀ ବନ୍ୟା ଫଳରେ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ଯୋଗୁଁ ନବୀନ ତାଙ୍କ ଜନ୍ମଦିନ ପାଳନ କରୁନାହାନ୍ତି।
Loading...
>