ମହିଳା ଆଇନଜୀବୀଙ୍କ ଆତ୍ମହତ୍ୟା ମାମଲା : ପୁରୁଷ ବନ୍ଧୁଙ୍କ ଆତ୍ମସମର୍ପଣ

ମହିଳା ଆଇନଜୀବୀ ଦୀପାଲି ଜେନା ଆତ୍ମହତ୍ୟା ମାମଲାରେ ସନ୍ଦିଗ୍ଧ ପୁରୁଷ ବନ୍ଧୁ ଙ୍କ ଆତ୍ମସମର୍ପଣ।-ଗତ ବର୍ଷ ଅକ୍ଟୋବର ୨୦ ତାରିଖ ଦିନ ଭୁବନେଶ୍ୱର ଲିଙ୍ଗିପୁର ର ଏକ ଭଡାଘରେ ମହିଳା ଆଇନଜୀବୀ ଦୀପଲି ଆତ୍ମହତ୍ୟା କରିଥିଲେ।ପରେ ତାଙ୍କ ପୁରୁଷ ବନ୍ଧୁ ବିକ୍ରମ ମିଶ୍ରଙ୍କ ଉପରେ ସନ୍ଦେହ କରି ପୋଲିସ ତାଙ୍କୁ ଖୋଜିବା ବେଳେ ସେ ଫେରାର ହୋଇଯାଇଥିଲେ,ଏବଂ ପୋଲିସ ର ଗିରଫଦାରୀ ରୁ ନିଜକୁ ରକ୍ଷା ପାଇବା ପାଇଁ ହାଇକୋର୍ଟ ଙ୍କ ଆଶ୍ରୟ ନେଇଥିଲେ।ଏହି ଘଟଣାରେ ମାନ୍ୟବର ହାଇକୋର୍ଟ ବିକ୍ରମ ଙ୍କୁ ଜିଲ୍ଲା ଜଜ କୋର୍ଟ ରେ ଆତ୍ମସମର୍ପଣ କରିବାକୁ ନିର୍ଦେଶ ଦେଇଥିଲେ।ଆଜି ବିକ୍ରମ ଜିଲ୍ଲା ଦୌରା ଜଜ ଙ୍କ ଅଦାଲତରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।

Loading...
>