ଅନୁଗୋଳ ଜିଲ୍ଲାରେ ଅଘଟଣ : ବରହା ତାରରେ ଫଶି ଦୁଇଜଣଙ୍କ ଜୀବନ ଗଲା

ଅନୁଗୋଳ : ଅନୁଗୋଳ ଜିଲ୍ଲା କଂଜା ଗାଁରେ ଅଘଟଣ । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ସେହି ଗାଁର ମହେଶ୍ବର ବିଶ୍ବାଳ ଏବଂ କବିନ୍ଦ୍ର ଗଡନାୟକ ।ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲା କଂଜା ଗାଁରେ ବାରହା ଶିକାର ପାଇଁ ବିଛା ଯାଇଥିଲା ବିଦ୍ୟୁତ୍ ତାର । ସେହି ତାରରେ ଲାଗି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନୁଗୋଳ ମେଡିକାଲରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ବନ୍ତଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Loading...
>