୭ଟାରୁ ୧୧ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ “ବୁଲବୁଲ୍‌’

ଭୁବନେଶ୍ୱର : ସାମୁଦ୍ରିକ ଝଡ “ବୁଲବୁଲ’ ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ଆଜି ବର୍ଷା ଜାରି ରହିଛି । ଏହି ବର୍ଷାର ପ୍ରଭାବ ଆହୁରି ୫ ଘଣ୍ଟା ରହିବ ବୋଲି ଏସଆରସି କହିଛନ୍ତି । ସେ କହିଛନ୍ତି ଯେ, ସଂଧ୍ୟା ୭ଟାରୁ ରାତି ୧୧ଟା ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବୋଲି ସେ କହିଛନ୍ତି । ଜଗତସିଂହପୁର, ରାଜନଗର, ବାସୁଦେବପୁର, ଚାନ୍ଦବାଲି, ପାରାଦ୍ୱୀପରେ ବର୍ଷା ହୋଇଛି । ବାଲେଶ୍ୱର ଓ ଭଦ୍ରକରେ ବର୍ଷା ପରିମାଣ ବଢିବ ବୋଲି ସେ କହିଛନ୍ତି । ଧାମରାରେ ଘଣ୍ଟା ପ୍ରତି ୧୧୦ କି.ମି. ବେଗରେ ପବନ ବୋହୁଛି । ବର୍ତ୍ତାମାନ ଘଣ୍ଟା ପ୍ରତି ୧୨ କି.ମି. ବେଗରେ ସ୍ଥଳ ଭାଗ ଆଡୁକୁ ମାଡି ଆସୁଛି । କିଛି ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡିଥିବା ସେ କହିଛନ୍ତି । ଏନଡିଆର୍‌ଏଫ୍ ଓ ଓଡ୍ରାଫ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟୁ ଥିବା ଜଣାପଡିଛି । କ୍ଷୟକ୍ଷତି ଆକଳନ ପାଇଁ ଗୋଟିଏ ଟିମ ଘଟଣା ସ୍ଥଳକୁ ଯାଇଛି ।

Loading...
>