Home News କିଆକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୁରଭି-୨୦୧୯ ମହୋତ୍ସବ

କିଆକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୁରଭି-୨୦୧୯ ମହୋତ୍ସବ

ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ “ସୁରଭୀ-୨୦୧୯” ମହୋତ୍ସବ ପ୍ରଧାନଶିକ୍ଷକ ତ୍ରିନାଥ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କିଆକଟା ହାଇସ୍କୁଲର ଭାରାପ୍ରାପ୍ତ ପ୍ରଧାନଶିକ୍ଷକ ଅମିତ କୁମାର ମୁଦୁଲି ଯୋଗଦେଇ ସୁରଭୀ କାର୍ଯ୍ୟକ୍ରମ ଶିଶୁମାନଙ୍କ ମଧ୍ୟରେ ଲୁଚି ରହିଥିବା ଅର୍ନ୍ତନିହିତ ପ୍ରତିଭାର ବିକାଶ ଦିଗରେ ଏକ ବଳିଷ୍ଠ ପଦକ୍ଷେପ ବୋଲି କହିଥିଲେ ।

ସିଆରସିସି ଶ୍ରୀକାନ୍ତ ମେହେର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ କାଦପଡା ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରଭାକର ରାଉଳ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୧୨ଟି ବିଦ୍ୟାଳୟର ଛାତ୍ରଛତ୍ରୀଙ୍କ ମଧ୍ୟରେ ନାଚ, ସଂଗୀତ, ପ୍ରବନ୍ଧଲିଖନ, କୁଇଜ, କ୍ରିଏଟିଭ ରାଇଟିଂ, ଡ଼ିଟେକସନ, ଚିତ୍ରାଙ୍କନ, ତର୍କ, ଗ୍ରୁପ ପ୍ଲେ, ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପ୍ରତିଭା ଚୟନ କରାଯାଇଥିଲା । ଆୟୋଜକ ବିଦ୍ୟାଳୟ ସମେତ ଅଂଶଗ୍ରହଣକାରୀ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ, ବିଦ୍ୟାଳୟର କର୍ମକର୍ତ୍ତା ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । କିଆକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଦ୍ୱାରା “ସ୍ୱଚ୍ଛ ଭାରତ’ ଶୀର୍ଷକ ଏକ ନାଟକ ମଞ୍ଚସ୍ଥ କରାଯାଇଥିଲା । ଏହା ପ୍ରଥମ ସ୍ଥାନ ଅଧିକାର କରି ବ୍ଲକସ୍ତରୀୟ ସୁରଭୀ ମହୋତ୍ସବରେ ସାମିଲ ହୋଇଛି ।

LEAVE A REPLY

Please enter your comment!
Please enter your name here
Loading...

- Advertisment -

Most Popular

ପଡିଆକୁ ଫେରିଲେ ହାର୍ଦ୍ଦିକ : ଚୌକା-ଛକାର ବର୍ଷା କଲେ

ନୂଆଦିଲ୍ଲୀ : ଡିୱାଇ ପାଟିଲ ଟି-୨୦ କପରେ ବ୍ୟାଙ୍କ ଅଫ୍ ବରୋଦା ବିପକ୍ଷ ମ୍ୟାଚ୍ ରିଲାଏନ୍ସ-୧ ଟିମ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଶିଖର ଧାୱାନ ଆଜି ଖେଳିଛନ୍ତି ।...

ଜମାଟୋର ଏହି ଡେଲିଭରୀ ପିଲାର ଫ୍ୟାନ୍ ହେଲେ ଲୋକେ, ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡିଓ

ସୋସିଆଲ ମିଡିଆରେ ଏବେ ଜମାଟୋ ଡେଲିଭରୀ ପିଲାଙ୍କ ଏକ ଭିଡିଓ ଖୁବ୍ ଭାଇରଲ ହେବାରେ ଲାଗିଛି । ଲୋକମାନେ ଏହି ଡେଲିଭରୀ ପିଲାର ଫ୍ୟାନ ପାଲଟି ଗଲେଣି । କିନ୍ତୁ କାହିଁକି ?...

ନିର୍ଭୟା ମାମଲା : ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ଯାଚିକା ଦାଖଲ କଲେ ପବନ, ମାଗିଲେ ଏହି ସଜା

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଚତୁର୍ଥ ଦୋଷୀ ପବନ କୁମାର ଗୁପ୍ତା ଶୁକ୍ରବାର ସୁପ୍ରିମକୋର୍ଟରେ ସୁଧାରାତ୍ମକ ଯାଚିକା ଦାୟର କରି ଫାଶୀ ବଦଳରେ ଆଜୀବନ ଜେଲ୍ ସଜା ଦେବାକୁ...

ନବୀନ ନିବାସରେ ଏକାଠି ଖାଇଲେ ଶାହ, ନୀତିଶ, ମମତା, ନବୀନ, ଧର୍ମେନ୍ଦ୍ର

ଭୁବନେଶ୍ୱର : ପୂର୍ବାଞ୍ଚଳ ଆଞ୍ଚଳିକ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସଭବନରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ । ଏଥିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

Recent Comments

>