ଆହାର କେନ୍ଦ୍ରରେ ଶ୍ରମମନ୍ତ୍ରୀ ଖାଇଲେ

ବରଗଡ଼ : ବରଗଡ଼ ସହରସ୍ଥିତ ଆହାର କେନ୍ଦ୍ରରେ ଗୁରୁବାର ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ମଧ୍ୟାହ୍ନଭୋଜନ କରିବା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି। ମନ୍ତ୍ରୀ ସିଂ ଦିନ ପ୍ରାୟ ଦେଢ଼ଟା ସମୟରେ ଆହାର କେନ୍ଦ୍ର ବୁଲି ଦେଖିଥିଲେ। ପରେ ମଧ୍ୟାହ୍ନଭୋଜନ କରୁଥିବା ଲୋକଙ୍କୁ ଭେଟି ଖାଦ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ସେହିପରି ପାଖରେ ରହିଥିବା ଅନ୍ୟ ଏକ ବୃଦ୍ଧଙ୍କୁ ନିଜ ପାଖକୁ ଡାକି ମନ୍ତ୍ରୀ ସିଂ ତାଙ୍କ ସହିତ ମଧ୍ୟାହ୍ନଭୋଜନ କରିଥିଲେ । ଏପରିକି ପ୍ରତି ମିଲ୍‌ ପିଛା ୫ଟଙ୍କା ହାରରେ ଟିକେଟ୍‌ କାଟି ଆହାର କେନ୍ଦ୍ରରେ ପୈଠ ମଧ୍ୟ କରିଥିଲେ। ଆହାର କେନ୍ଦ୍ରର ଭୋଜନ ବହୁତ ଭଲ ଥିଲା ବୋଲି ଖାଇବା ପରେ ମନ୍ତ୍ରୀ ସିଂ କହିଥିଲେ । ମନ୍ତ୍ରୀଙ୍କ ସହିତ ବିଜୁ ଛାତ୍ର ଜନତାର ଜିଲା ସଭାପତି କରନ ସିକନ୍ଦର, କମଳ ତାଣ୍ଡି, ଛବିଲାଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Loading...
>