ମାଲଦୀପ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ମୋଦି

ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରେ ମାଲଦୀପର ନୂଆ ରାଷ୍ଟ୍ରପତି ଭାବେ ଇବ୍ରାହିମ୍ ମହମ୍ମଦ ସୋଲିହ ଶପଥଗ୍ରହଣ କରିବେ । ଶପଥଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ । ଏଥିପାଇଁ ମାଲଦୀପର ନୂଆ ରାଷ୍ଟ୍ରପତି ତାଙ୍କୁ ଆମନ୍ତ୍ରଣ କରିଥିଲେ । ନିର୍ବାଚନରେ ବିରୋଧୀ ଦଳ ମାଲଦୀପ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଭାବେ ଇବ୍ରାହିମ୍ ଲଢ଼ି ଜିତିଥିଲେ । ଗତ ସେପ୍ଟେମ୍ବର ୨୩ ତାରିଖରେ ନିର୍ବାଚନ ହୋଇଥିଲା । ନିର୍ବାଚନ ଜିତିବା ପରେ ଇବ୍ରାହିମ୍ଙ୍କୁ ପ୍ରଧାନମନ୍ତ୍ରୀ ଫୋନ୍ରେ ଅଭିନନ୍ଦନ ଜଣାଇଥିଲେ । ପ୍ରତ୍ୟୁତ୍ତରରେ ଇବ୍ରାହିମ୍ ତାଙ୍କୁ ଆମନ୍ତ୍ରଣ କରିଥିଲେ ।

Loading...
>