ଭୁବନେଶ୍ୱରରେ ୧୫ରୁ ଇଣ୍ଡିଆ ସ୍କିଲ ପୂର୍ବଭାରତ ପ୍ରତିଯୋଗିତା

ଭୁବନେଶ୍ୱର : ଇଣ୍ଡିଆ ସ୍କିଲ ପୂର୍ବ ଭାରତ ଆଂଚଳିକ ପ୍ରତିଯୋଗିତା ୨୦୧୮ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ତଥା ରାଷ୍ଟ୍ରୀୟ ଦକ୍ଷତା ବିକାଶ ନିଗମ (ଏନ୍ଏସ୍ଡ଼ିସି) ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଆସନ୍ତା ୧୫ରୁ ୧୭ ତିନିଦିନ ଧରି ଏହି କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବ । ଏହା ସହ ‘ସ୍କିଲ୍ ଇଣ୍ଡିଆ ମିଶନ’ର ତୃତୀୟ ପ୍ରତିଷ୍ଠା ଦିବସ ମଧ୍ୟ ଏହି କାର୍ଯ୍ୟକ୍ରମ ସ୍ଥଳରେ ଅନୁଷ୍ଠିତ ହେବ । ୧୫ ଜୁଲାଇକୁ ବିଶ୍ୱ ଯୁବ ଦକ୍ଷତା ଦିବସ ଭାବେ ସାରା ବିଶ୍ୱରେ ପାଳନ କରାଯାଇ ଆସୁଛି ।
ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମରେ ପେଶାଦାର ପରାମର୍ଶଦାତା ମାନେ ଯୁବପିଢିକୁ କାଉନସିଲଂ କ୍ୟାମ୍ଫରେ ସାମିଲ ହେବେ । ସେକ୍ଟର ସ୍କିଲ କାଉନିସିଲଂ, ପ୍ରଧାନମନ୍ତ୍ରୀ ଦକ୍ଷତା କେନ୍ଦ୍ର ତଥା ଅନ୍ୟ ବୈଷୟିକ ସହଯୋଗୀ ମାନଙ୍କ ଦ୍ୱାରା ୫୦ଟିରୁ ଊଦ୍ଦ୍ୱର୍ ପ୍ରଦର୍ଶନୀ ଷ୍ଟଲ ପ୍ରତିଷ୍ଠା କରାଯିବ । ଏହି ଠାରେ ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ ଅଂଶୀଦାରମାନଙ୍କ ଦ୍ୱାରା ସେମିନାର୍ ଓ କନଫରେନ୍ସ ମଧ୍ୟ ଅନୁଷ୍ଠିତ ହେବ ।
କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ୧୫ ତାରିଖ ଅପରାହ୍ନ ୨.୩୦ ଘଂଟା ସମୟରେ କରିବେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ନୂଆ ଉଦ୍ୟମର ଶୁଭାରମ୍ଭ କରାଯିବ । ଏଗୁଡ଼ିକ ମଧ୍ୟରେ ସର୍ବଶ୍ରେଷ୍ଠ ଶ୍ରେଣୀ ଶିକ୍ଷା ସହ ପ୍ରାୟର ଲରନିଂର ସ୍ୱିକୃତି, ଆପରେଂଟିସି ୍ର ନୂଆ ପ୍ରଶିକ୍ଷଣ ଫ୍ରେମୱାର୍କ, ପ୍ରଶିକ୍ଷକମାନଙ୍କ ପ୍ରଶିକ୍ଷଣ ତଥା ମୂଲ୍ୟବାନକାରୀଙ୍କ ପ୍ରଶିକ୍ଷଣ ଆଦି ଅନ୍ତର୍ଭୂକ୍ତ ।୧୬ ଜୁଲାଇରେ ଭୁବନେଶ୍ୱର ଉପକଣ୍ଠରେ ବାରଙ୍ଗଠାରେ ନ୍ୟାସନାଲ୍ ସ୍କୁଲ ଟ୍ରେନିଂ ଇନଷ୍ଟିଚ୍ୟୁଟ
(ଏନ୍ଏସ୍ଟିଆଇ)ର ଭିତି ୍ରସ୍ତର ସ୍ଥାପନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଉତ୍ସବରେ
ରାଜ୍ୟସରକାରଙ୍କର ଯୋଜନା ସଂଯୋଜନା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ, ସ୍ଥାନୀୟ ସାଂସଦ ବିଧାୟକ ଏହି ଭିତି ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଏହି ପ୍ରସ୍ତାବିତଏନ୍ଏସ୍ଟିଆଇ ଦେଶର ପ୍ରଥମ ଗ୍ରିନ୍ ଫିଲ୍ଡ ଅନୁଷ୍ଠାନ ହେବ । ଏଠାରେ ଦୀର୍ଘମିଆଦୀ ଓ ସ୍ୱଳ୍ପମିଆଦି ତଥା ଆଧୁନିକ ଡ଼ିପ୍ଲୋମା ପରେ ପାଠ୍ୟକ୍ରମ ଯଥା ସିଷ୍ଟମ ଆପ୍ଲିକେଶନ ପ୍ରଡ଼କ୍ଟସ (ଏସଏପି, ଇଂଟରନେଟ୍ ଅଫ୍ ଥ୍ରିଂଗସ୍ ଆଇଓୱାଇ, ସ୍ମାଟ ସିଟି, ହେଲଥ୍ କେୟାର, କୃଷି,ମୋବାଇଲି ରି ।ରିଙ୍ଗ, ସୋଲାର ଟେକ୍ନୋସିଆଲ, ପ୍ରଶିକ୍ଷକଙ୍କ ପାଇଁ ଶିକ୍ଷା ଓ ଫିଟର୍, ଇଲୋଟ୍ରିସିଆନ, ପ୍ଲବିଂ ଓ ୱେଲଡ଼ିଂ ଭଳି ପାଠ୍ୟକ୍ରମ ରହିବ ।
ଏହି ଅନୁଷ୍ଠାନ ପାଇଁ ରାଜ୍ୟ ସରକାର ୫ ଏକର ଜାଗା ମାଗଣାରେ ଯୋଗାଇ ଦେଇଛନ୍ତି । ଏହି ଅନୁଷ୍ଠାନର ସମ୍ପସର୍ଣ୍ଣ ନିର୍ମାଣ କାର୍ଯ୍ୟ ପ୍ଲାଭେଟେରିଂ, ହଷ୍ଟେଲ ଯନ୍ତ୍ରପାତି ଖର୍ଚ୍ଚ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରଣାଳୟ ତରଫରୁ କରାଯିବ । ଦକ୍ଷତା ବିକାଶ ମନ୍ତ୍ରଣାଳୟର ଏକ ଅନୁଷ୍ଠାନ ଭାବରେ ଏହା ପରିଚାଳିତ ହେବ । ଇଣ୍ଡିଆ ସ୍କିଲ-୨୦୧୮ ପୂର୍ବ ଭାରତର ଏହି କାର୍ଯ୍ୟକ୍ରମ ଦେଶରେ ଆଂଚଳିକ ସ୍ତରରେ ଅନୁଷ୍ଠିତ ହେଉଥିବା ଏହି ପ୍ରତିଯୋଗିତା ସିରିଜର ଶେଷ କାର୍ଯ୍ୟକ୍ରମ । ପ୍ରଥମ ଥର ଦେଶରେ ୨୧ଟି ରାଜ୍ୟର ଭାଗିଦାରୀରେ ଦେଶର ୫୦୦ରୁ ଅଧିକ ସ୍ଥାନରେ ଜିଲ୍ଲା ଓ ରାଜ୍ୟସ୍ତରୀୟ ଦକ୍ଷତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି ।

Loading...
>