fbpx
Home News ରାଜ୍ୟରେ ନିର୍ମାଣ ହେବ ଦେଶର ସବୁଠୁ ବଡ କରୋନା ହସ୍ପିଟାଲ : କିମ୍ସ ଓ ସମ୍...

ରାଜ୍ୟରେ ନିର୍ମାଣ ହେବ ଦେଶର ସବୁଠୁ ବଡ କରୋନା ହସ୍ପିଟାଲ : କିମ୍ସ ଓ ସମ୍ ହସ୍ପିଟାଲ୍ ସହିତ ରାଜ୍ୟ ସରକାର ସ୍ୱାକ୍ଷର କଲେ ବୁଝାମଣାପତ୍ର

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାର ଏକ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସରକାର ଦେଶର ସବୁଠାରୁ ବଡ କରୋନା ହସ୍ପିଟାଲ ନିର୍ମାଣ କରିବେ । ଏହି ହସ୍ପିଟାଲରେ ୧୦୦୦ ଶଯ୍ୟା ରହିବ । ଏଥିପାଇଁ ସରକାର କର୍ପୋରେଟ ଓ ମେଡିକାଲ କଲେଜ ସହ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏହି ହସ୍ପିଟାଲ ମାତ୍ର ୧୫ଦିନ ମଧ୍ୟରେ ନିର୍ମିତ ହେବ । ସେହିପରି କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ଆଜି ରାଜ୍ୟର ଦୁଇଟି ଘରୋଇ ହସ୍ପିଟାଲ କିମ୍ସ ଓ ସମ୍ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । ଏହି କ୍ରମରେ ସମ୍ ହସ୍ପିଟାଲରେ ୫୦୦ ଶଯ୍ୟା ଓ ୨୦ଟି ଆଇସିୟୁର ବ୍ୟବସ୍ଥା କରାଯାଇଥିବା ବେଳେ କିମ୍ସରେ ୪୫୦ ଶଯ୍ୟାର କୋଭିଡ୍ ୱାର୍ଡ଼ ପାଇଁ ଚୁକ୍ତି ସ୍ୱାକ୍ଷର ହୋଇଛି । ଏ ନେଇ ସୋଆର ଭିସି ଅଶୋକ ମହାପାତ୍ର ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ କରୋନା ସଂକ୍ରମିତଙ୍କ ସଂଖ୍ୟା ଯଦି ବୃଦ୍ଧି ପାଏ ତେବେ ଏହି ଦୁଇ ଘରୋଇ ହସ୍ପିଟାଲ ଏ ଦିଗରେ ଯଥେଷ୍ଟ ସାହାଯ୍ୟ କରିପାରିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଓଡ଼ିଶାବାସୀଙ୍କ ସହଯୋଗ ଓ ସଚେତନତା ପାଇଁ କମ୍ କେସ୍ ଆସିଛି : ସୁବ୍ରତ ବାଗଚୀ

ଭୁବନେଶ୍ୱର: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟର ପ୍ରଥମ ପଜିଟିଭ୍ ୧୫ମାର୍ଚ୍ଚରେ ଜଣାପଡ଼ିଥିଲା । ସେହିପରି ରାଜ୍ୟର...

ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ : ସବୁ ଜିଲ୍ଲାରେ ଖୋଲିବ COVID-19 ହସ୍ପିଟାଲ୍

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାର ଲାଗିଛି । ସ୍ଥିତିକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତିନି ଥିବା...

ଟି-୨୦ ବିଶ୍ୱକପ ନହେଲେ ଆଇପିଏଲ ହେବ : ସୂତ୍ର

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ଯୋଗୁଁ ବହୁ ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟକୁ ସ୍ଥଗିତ କିମ୍ବା ବାତିଲଲ କରାଯାଇଛି । କ୍ରିକେଟର ସବୁଠୁ ବ୍ୟୟବହୁଳ ଓ ଆକର୍ଷଣୀୟ ଇଭେଣ୍ଟ ଆଇପିଏଲକୁ ମଧ୍ୟ...

ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ

ସାଉଥବଲଣ୍ଡା:ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଜ୍ୱାଳାମୁଖୀ ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଗତକାଲି ନିଶାର୍ଦ୍ଧରେ ଚିହ୍ନଟ ହୋଇଯାଇଛି । ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗରେ ପ୍ରାୟ ୪୦୦ମିଟର ଦୂରରେ ଥିବା ଅରା ବାଉଁଶବଣ ନିକଟସ୍ଥ...

Recent Comments

>