ସାହିନବାଗ୍ ଆନ୍ଦୋଳନରେ ଯୋଗ ଦିଅ, ଏହି ସବୁ ସୁବିଧା ପାଅନ୍ତୁ

କୋଚି : କେତେକ ଯୁବକଙ୍କ ସ୍ମାର୍ଟଫୋନରେ ଏଭଳି ମେସେଜ୍ ବା ଇମେଲ୍ ଆସୁଛି ଯାହା ଆଶ୍ଚର୍ଯ୍ୟଜନକ ଓ କୌତୁହଳପ୍ରଦ । ଜୟନ୍ତ ଗୋଖ୍‌ଲେଙ୍କ ନାମକ ଜଣେ ଯୁବକଙ୍କ ଫୋନକୁ ନିକଟରେ ଏଭଳି ଏକ ଇମେଲ୍ ଆସିଥିଲା, ସେଥିରେ ଲେଖାଯାଇଛି ଯେ, ତୁମେ ବାହାରେ ଚାକିରୀ ଖୋଜିବା କ\’ଣ ଦରକାର । ଦେଶ ଭିତରେ ସୁଯୋଗ ଅଛି । ତୁମେ ଦିଲ୍ଲୀ ଯାଅ ଏବଂ ସେଠାରେ ସାହିନବାଗ୍ ଅଂଚଳରେ ଚାଲିଥିବା ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧୀ ଆନ୍ଦୋଳନରେ ଯୋଗ ଦିଅ । ପ୍ରତିଦିନ ତୁମକୁ ଆଶ୍ଚର୍ଯ୍ୟଜନକ ସୁବିଧା ମିଳିବ । ପ୍ରତିଦିନ ନଗଦ ଏକହଜାର ଟଙ୍କା ତା ସାଙ୍ଗକୁ ମାଗଣାରେ ବିଭିନ୍ନ ପ୍ରକାର ଖାଦ୍ୟ ଏବଂ ଯେତେ ଇଚ୍ଛା ସେତେ ଚା\’କପ୍ ମଧ୍ୟ ଯୋଗାଇ ଦିଆଯିବ । ଗୋଟିଏ ଦିନରେ ତୁମେ ଯେତେଥର ଚାହିଁବ, ସେତେଥର ଚା ଓ ଖୀର ପିଇପାରିବ । ତା\’ସହିତ ବିରିୟାନି ଓ ଅନ୍ୟ କେତେକ ରନ୍ଧାଖାଦ୍ୟ ମଧ୍ୟ ମିଳିବ । ଭଲ ମିଠା ମଧ୍ୟ ଦିଆଯିବ । ତେଣୁ ଚାକିରୀ ପାଇଁ ସମୟ ନଷ୍ଟ କରି ସାହିନବାଗ୍ ଆନ୍ଦୋଳନରେ ଯୋଗଦିଅ ଏବଂ ପରୀକ୍ଷା କରି ଦେଖ ତୁମକୁ କ\’ଣ ସବୁ ସୁବିଧା ମିଳୁଛି । ଏଭଳି ଇମେଲ ପାଇବା ପରେ ଏହି ଯୁବକ ଜଣକ ବିସ୍ମିତ ହୋଇଛନ୍ତି । ସେ ଦୁବାଇରେ ଚାକିରୀ କରିବା ଲାଗି ଉଦ୍ୟମ କରୁଥିବା ବେଳେ ଏଭଳି ଉଦ୍ୟମ ଆସିଥିଲା । ଅବଦୁଲା ନାମକ ଜଣେ ଯୁବକ ଏଭଳି ଅଫର ପ୍ରତିଦିନ ବହୁ ସଂଖ୍ୟାରେ ଦେଉଥିବା ଜଣାପଡିଛି । ପ୍ରତ୍ୟେକ ଇମେଲରେ ସିଏଏ ଆନ୍ଦୋଳନ କଥା ଉଲ୍ଲେଖ କରାଯାଇଛି । ସୋସିଆଲ ମିଡିଆରେ ମଧ୍ୟ ଏଭଳି ଅଫର ଛାଇ ଗଲାଣି । ଏଭଳି ଇମେଲ ଯୋଗୁଁ ଅବଦୁଲାଙ୍କୁ କେହି କେହି ଗାଡି ଗୁଲଜ କରି ମେସେଜ୍ ମଧ୍ୟ ଛାଡୁଛନ୍ତି ।

Loading...
>