ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦୀ

ନୂଆଦିଲ୍ଲୀ :ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ ଓ ଧାରା ୩୫ଏ ଉଚ୍ଛେଦ ହେବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶବାସୀଙ୍କୁ ସମ୍ବୋନ୍ଧନ କରୁଛନ୍ତି । ଏହି ଅବସରରେ ମୋଦୀ ଦେଶବାସୀଙ୍କୁ ଜମ୍ମୁ କାଶ୍ମୀରକୁ କେନ୍ଦ୍ର ଶାସିତ ଅଂଚଳରେ ବିଭକ୍ତ କରିବା ନେଇ ସୂଚନା ଦେଇଛନ୍ତି । ଏହି ଅବସରରେ ମୋଦୀ କହିଛନ୍ତି କି, ଆମେ ଏକ ପରିବାର ଭଳି ସମସ୍ତେ ମିଶି ଏକ ଐତିହାସିକ ନିଷ୍ପତ୍ତି ନେଇଛୁ । ଏକ ଏଭଳି ବ୍ୟବସ୍ଥା ଯାହା ଦ୍ୱାରା ଜମ୍ମୁ କାଶ୍ମୀର ଓ ଲଦାଖର ଭାଇ ଭଉଣୀମାନେ ଅନେକ ଅଧୀକାରରୁ ବଂଚିତ ଥିଲେ ଯେଉଁମାନେ ବିକାଶ ଠାରୁ ବଂଚିତ ଥିଲେ ତାହା ଆମ ସମସ୍ତଙ୍କ ପ୍ରୟାସରେ ଉଚ୍ଛେଦ କରାଯାଇଛି । ଯେଉଁ ସ୍ୱପ୍ନ ବାବା ସାହେବ ଆମ୍ବେଦକର, ଅଟଳ ବିହାରୀ ବାଜପେୟୀ, ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କର, ଡଃ ସାମା ପ୍ରସାଦ ମୁଖାର୍ଜୀଙ୍କ ଥିଲା, କୋଟି କୋଟି ଦେଶବାସୀଙ୍କ ସ୍ୱପ୍ନ ଥିଲା ତାହା ପୂରଣ ହୋଇଛି । ଏକ ନୂତନ ଜମ୍ମୁ କାଶ୍ମୀର ଓ ଲଦାଖ ନିର୍ମାଣ ହୋଇଛି । ଏକ ନୂଆ ଯୁଗର ଆରମ୍ଭ ହୋଇଛି । ଏବେ ସମସ୍ତଙ୍କର ଅଧୀକାର ଓ ଦାୟିତ୍ୱ ସମାନ । ଧାରା ୩୭୦ରେ ଜମ୍ମୁ କାଶ୍ମୀର ଓ ଲଦାଖର ଭାଇଭଉଣୀଙ୍କର ଯେଉଁ କ୍ଷତି ହୋଇଥିଲା ତାହା ଉପରେ ଚର୍ଚ୍ଚା ହେଉ ନଥିଲା । ଯାହାକୁ ପ୍ରଶ୍ନ କରାଗଲେ ୩୭୦ରେ ଜମ୍ମୁ କାଶ୍ମୀରର ଲୋକଙ୍କୁ କଣ ଲାଭ ମିଳିଛି ତାହା କେହି କହି ପାରନ୍ତି ନାହିଁ । ଜମ୍ମୁ କାଶ୍ମୀରକୁ ଧାରା ୩୭୦ ଆତଙ୍କବାଦ, ବିଚ୍ଛିନ୍ନତାବାଦ, ପରିବାରବାଦ ଏବଂ ବ୍ୟବସ୍ଥା ଗୁଡିକରେ ଭ୍ରଷ୍ଟାଚାର ବ୍ୟତୀତ ଅନ୍ୟ କିଛି ଦେଇ ନାହିଁ । ଏହି ଦୁଇ ଦାରା ଦେଶ ବିରୋଧରେ କିଛି ମୁଷ୍ଟିମେୟ ଲୋକଙ୍କ ଦ୍ୱାରା ଦେଶ ବିରୋଧରେ ପାକିସ୍ତାନ ଦ୍ୱାରା ଏକ ଶସ୍ତ୍ର ଭଳି ବ୍ୟବହାର କରାଯାଉଥିଲା । ଏହା ଦ୍ୱାରା ତିନ ଦଶକ ଧରି ପାଖାପାଖି ୪୨ ହଜାର ନିର୍ଦ୍ଦୋଶ ଲୋକଙ୍କର ଜୀବନ ନେଇଛି । ସେଠାକାର ବିକାଶ ଅଟକି ଯାଇଛି । କିନ୍ତୁ ଏବେ ଧାରା ୩୭୦ ଉଚ୍ଛେଦ ପରେ ସେଠାକାର ଲୋକମାନଙ୍କର ବର୍ତ୍ତମାନ ସୁଧୁରିବା ସହ ଭବିଷ୍ୟତ ସୁରକ୍ଷିତ ହେବ ।
Loading...
>