ପୁରୀ ବସ୍ ଷ୍ଟାଣ୍ଡରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବସ୍ ହେଲପର ଗିରଫ

ଭୁବନେଶ୍ୱର :-ପୁରୀ ବସ୍ ଷ୍ଟାଣ୍ଡରେ ଘଟିଥିବା ନାବାଳିକା ଦୁଷ୍କର୍ମ ଘଟଣା ଲଜ୍ଜାର ବିଷୟ ।ଏହି ଘଟଣାରେ ତଦନ୍ତ ଚାଲୁ ରହିଛି । ରିପୋର୍ଟ ଆସିବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି ।
ଅପରପକ୍ଷରେ ଏ ନେଇ ପୋଲିସ ଆଇପିସି ଦଫା ୩୭୬, ଆର/ଡବ୍ଲ୍ୟୁ ସେକ୍ସନ ୪ ପୋକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ କରିଛି । ଏହାସହ ଅଭିଯୁକ୍ତ ବସ୍ ହେଲପରକୁ ଗିରଫ କରାଯାଇଛି । କୁମ୍ଭାରପଡା ପୋଲିସ୍ ଅଭିଯୁକ୍ତ ହେଲପରକୁ ଗିରଫ କରିଛି ।
ସୂଚନା ମୁତାବକ, ପୀଡିତା ନାବାଳିକାଙ୍କ ଘର କେନ୍ଦୁଝରରେ । ସେ ପୁରୀରେ ଏକ ସ୍ଥାନରେ କାର୍ଯ୍ୟ କରନ୍ତି । ସୋମବାର ସେ ଘରୁ ପୁରୀ ଫେରିଥିଲେ । ଏକ ଏସି ବସରେ ଆସି ପୁରୀରେ ପହଂଚିବା ସମୟରେ ରାତି ହୋଇଯିବାରୁ ହେଲପର ତାଙ୍କୁ ରହିଯିବାକୁ କହିବା ସହିତ ସକାଳେ କାର୍ଯ୍ୟସ୍ଥଳରେ ଛାଡ଼ି ଆସିବେ ବୋଲି କହିଥିଲା । ଫଳରେ ନାବାଳିକା ଜଣକ ବସରେ ରହିଯାଇଥିଲେ । ମାତ୍ର ବିଳମ୍ବିତ ରାତିରେ ହେଲପର ଜଣକ ତାଙ୍କୁ ବସରେ ବଳାକ୍ରାର କରିଥିବା ଅଭିଯୋଗରେ ଦର୍ଶାଯାଇଛି ।

Loading...
>