ପଞ୍ଚୁକ ପାଇଁ ଶ୍ରୀମନ୍ଦିର ଚଳଚଞ୍ଚଳ

ପୁରୀ : ସୋମବାରଠାରୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଗହଳି ହୋଇଛି। ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେଉଛି। ଏହି ବେଶ ଦର୍ଶନ ଲାଗି ଶ୍ରୀମନ୍ଦିର ଶ୍ରଦ୍ଧାଳୁ ଏବଂ ହବିଷିଆଳିଙ୍କ ଭିଡ ଲାଗି ରହିଛି। ପଞ୍ଚୁକ ୫ଦିନରେ ଦାରୁବିଗ୍ରହ ୫ଟି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ୨୦ତାରିଖରୁ ବାଙ୍କଚୂଡ ବେଶ, ୨୧ରେ ତ୍ରିବିକ୍ରମ ବେଶ, ୨୨ରେ ଲକ୍ଷ୍ମୀ ନୃଶଂହ ବେଶ ଏବଂ ୨୩ କାର୍ତ୍ତିକପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସାଙ୍ଗକୁ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ବ୍ୟାରିକେଡ୍‌ ଦେଇ ମନ୍ଦିରକ ଯାଇ ଦର୍ଶନ କରୁଛନ୍ତି। ଶ୍ରୀମନ୍ଦିର ୧୬ ପ୍ଲାଟୁନ୍‌ ପୋଲିସ୍‌ ମୃତୟନ କରାଯାଇଛି।

Loading...
>