fbpx
Home News ପତ୍ନୀଙ୍କ ଡରରେ କପଡା ଧୋଉଛନ୍ତି, ବାଥରୁମ ସଫା କରୁଛନ୍ତି ଶିଖର, ଦେଖନ୍ତୁ ଭିଡିଓ

ପତ୍ନୀଙ୍କ ଡରରେ କପଡା ଧୋଉଛନ୍ତି, ବାଥରୁମ ସଫା କରୁଛନ୍ତି ଶିଖର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : କରୋନା ଆତଙ୍କ ପାଇଁ କ୍ରୀଡ଼ାବିତ୍‌ମାନେ ବାହାରକୁ ବାହାରୁ ନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକୁ ସମ୍ମାନ ଜଣାଇ ଗୃହାବଦ୍ଧରେ ରହିଛନ୍ତି। ଏଭଳି ସ୍ଥିତିରେ ଖାଲି ସମୟକୁ ସେମାନେ କେମିତି କାଟୁଛନ୍ତି, ତା’ର ଭିଡିଓ ଏବଂ ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରି ପ୍ରଶଂସକଙ୍କୁ ନିଜ ବିଷୟରେ ଅବଗତ କରାଉଛନ୍ତି।ବୁଧବାର ଭାରତୀୟ କ୍ରିକେଟ୍ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ପ୍ରକାଶ କରିଥିବା ଏକ କୌତୁକିଆ ଭିଡିଓ କିନ୍ତୁ ବେଶ୍ ଚର୍ଚିତ ହୋଇଛି। ଏଥିରେ ମାତ୍ର ୭ ଦିନ ଘରେ ରହିବା ପରେ ପତ୍ନୀ ଆୟେଶା ତାଙ୍କୁ କିଭଳି ଘର କାମରେ ଲଗାଇ ଦେଇଛନ୍ତି, ତାହା ଜଣାଇଛନ୍ତି ଧାୱନ।

Life after one week at home. Reality hits hard 🤪 #AeshaDhawan #boAtheadStayINsane 🤙🏻BOAT

Posted by Shikhar Dhawan on Tuesday, March 24, 2020

ଏହି ମଜାଦାର ଭିଡିଓରେ ଧାୱନ ଲୁଗା କାଚୁଥିଲା ବେଳେ ଆୟେଶା ମେକ ଅପ୍ କରିବାରେ ବ୍ୟସ୍ତ ଅଛନ୍ତି। ଧାୱନ ମୁଣ୍ଡରେ ହାତ ବାଡ଼େଇ, ସେ କିଭଳି ଅତ୍ୟାଚାରର ଶିକାର ହେଉଛନ୍ତି, ତାହା ଜଣାଇବାକୁ ଚେଷ୍ଟା କରୁଛନ୍ତି। ସେହିଭଳି ହାତଯୋଡ଼ି ତାଙ୍କୁ କ୍ଷମା‌ କରି ଆୟେଶାଙ୍କୁ ନେହୁରା ହେଉଛନ୍ତି। ଅନ୍ୟ ଏକ ‌ଫ୍ରେମରେ ଧାୱନ ବ୍ରସ୍ ଧରି ପାଇଖାନା କମୋଡ୍ ସଫା କରୁଥିଲା ବେଳେ ଆୟେଶା ବାଡ଼ି ଧରି ତାଙ୍କୁ ତୁରନ୍ତ ଏହି କାମ ଶେଷ କରିବାକୁ ନିର୍ଦେଶ ଦେଉଥିବା ଦେଖିବାକୁ ମିଳୁଛି। ୩୪ ବର୍ଷୀୟ ଧାୱନ ମଧ୍ୟ ପତ୍ନୀ ଆୟେଶାଙ୍କ ଡରରେ ତରବର ହୋଇ କମୋଡଟିକୁ ସଫା କରି ଚାଲୁଛନ୍ତି। ନିଜ ଇନଷ୍ଟାଗ୍ରାମ୍ ପୃଷ୍ଠାରେ ପ୍ରକାଶ କରିଥିବା ଭିଡିଓ‌ ତଳେ ସେ ଲେଖିଛନ୍ତି ଯେ ଘରେ ଗୋଟିଏ ସପ୍ତାହ କଟାଇବା ପରର ଜୀବନ। ବାସ୍ତବିକତା ସତରେ ବହୁତ କଷ୍ଟ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଓଡ଼ିଶାବାସୀଙ୍କ ସହଯୋଗ ଓ ସଚେତନତା ପାଇଁ କମ୍ କେସ୍ ଆସିଛି : ସୁବ୍ରତ ବାଗଚୀ

ଭୁବନେଶ୍ୱର: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟର ପ୍ରଥମ ପଜିଟିଭ୍ ୧୫ମାର୍ଚ୍ଚରେ ଜଣାପଡ଼ିଥିଲା । ସେହିପରି ରାଜ୍ୟର...

ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ : ସବୁ ଜିଲ୍ଲାରେ ଖୋଲିବ COVID-19 ହସ୍ପିଟାଲ୍

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାର ଲାଗିଛି । ସ୍ଥିତିକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତିନି ଥିବା...

ଟି-୨୦ ବିଶ୍ୱକପ ନହେଲେ ଆଇପିଏଲ ହେବ : ସୂତ୍ର

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ଯୋଗୁଁ ବହୁ ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟକୁ ସ୍ଥଗିତ କିମ୍ବା ବାତିଲଲ କରାଯାଇଛି । କ୍ରିକେଟର ସବୁଠୁ ବ୍ୟୟବହୁଳ ଓ ଆକର୍ଷଣୀୟ ଇଭେଣ୍ଟ ଆଇପିଏଲକୁ ମଧ୍ୟ...

ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ

ସାଉଥବଲଣ୍ଡା:ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଜ୍ୱାଳାମୁଖୀ ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଗତକାଲି ନିଶାର୍ଦ୍ଧରେ ଚିହ୍ନଟ ହୋଇଯାଇଛି । ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗରେ ପ୍ରାୟ ୪୦୦ମିଟର ଦୂରରେ ଥିବା ଅରା ବାଉଁଶବଣ ନିକଟସ୍ଥ...

Recent Comments

>