ସପିଂ ମଲରେ ବୁଲୁଛି କଲରାପତରିଆ ବାଘ

ଥାନେ : ମହାରାଷ୍ଟ୍ରର ଥାନେ ଆଜି ଏକ କଲରାପତରିଆ ବାଘ ବନବିଭାଗ କର୍ମଚାରୀ ଓ ସାଧାରଣ ଜନତାଙ୍କୁ ନାକେଦମ କରିଛି । ଏହି ବାଘ ଏକ ସପିଂ ମଲ ଭିତରେ ପ୍ରବେଶ କରିଥିବା ସିସିଟିଭି କ୍ୟାମେରାରୁ ଜଣାପଡିଛି । ବନ ବିଭାଗ କର୍ମଚାରୀମାନେ ଦୀର୍ଘ ୬ଘଣ୍ଟାର ଅପରେସନ ପରେ ତାଙ୍କୁ କାବୁ କରିଥିଲେ । ବନବିଭାଗ ଜଣେ କର୍ମଚାରୀ କହିଛନ୍ତି ଯେ, ସକାଳ ୧୧.୫୦ ମି.ରେ ପୋଖରଣ ରୋଡ ସ୍ଥିତ ଏକ ହୋଟେଲ ବାରଣ୍ଡାରୁ ବାଘରୁ କାବୁ କରାଯାଇଥିଲା । ଏହି ବାଘକୁ ଲୋକମାନେ ସକାଳ ୫.୩୦ ମି.ରେ ସମତା ନଗର ସ୍ଥିତ କୋରୁମ ମଲ ଭିତରେ ଥିବା ଦେଖିଥିଲେ । ମଲର କର୍ମଚାରୀମାନେ ପୁଲିସ ଓ ବନବିଭାଗକୁ ଖବର ଦେବାକୁ ସେଠାରେ ସେମାନେ ପହଞ୍ଚି ବାଘକୁ କାବୁ କରିବାକୁ ଲାଗିପଡିଥିଲେ । ଦୀର୍ଘ ୬ ଘଣ୍ଟାର ଅପରେସନ ପରେ ବାଘକୁ ଠାବ କରିଥିଲେ ।
ସୂଚନାଯୋଗ୍ୟ ଯେ, ଗତକାଲି ଭୁବନେଶ୍ୱର ଏୟାରପୋର୍ଟ ଅଂଚଳରେ ଏକ କଲରାପତରିଆ ବାଘ ଓଡିଶା ବନବିଭାଗକୁ ନାକେଦମ କରିଥିଲା ।

Loading...
>