fbpx
Home News କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ସୁଖ, ସନ୍ତୋଷ ଲାଭ କରିପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌- କର୍ମରେ ନିଜକୁ ନିୟୋଜିତ କରିବେ । ବିଭିନ୍ନ ସୂତ୍ରରୁ, ଏପରିକି ସରକାରୀ ଅର୍ଥ ମିଳିବାର ସୁଯୋଗ ଅଛି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।

ବୃଷ – ସାଧନାରେ ସିଦ୍ଧି ଲାଭ କରିବେ । ସୁସମ୍ବାଦ ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ଢେର ଉନ୍ନତି ଘଟିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ବିବାଦରେ ବିଜୟୀ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।

ମିଥୁନ – ଶତ୍ରୁ ସହିତ ମୁକାବିଲା ପାଇଁ ଆଗକୁ ମାଡି ଚାଲିବେ । ମନରେ ଉଦ୍‌ବେଗ ଜାତ ହୋଇପାରେ । କାର୍ଯ୍ୟରେ ସଫଳତା ମିଳିବ । ଅଧିକ କ୍ଷମତା ପାଇ ତା’ର ସ୍‌ଦ-ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଶୁଭ ରଙ୍ଗ ଲାଇଟ୍ ନୀଳ । ଶୁଭ ଅଙ୍କ ୭ ।

କର୍କଟ – ସୁଖ ମିଳିବା କଷ୍ଟସାଧ୍ୟ ହେବ । ଅର୍ଥାଭାବ ଦେଖା ଦେଇପାରେ । ଖର୍ଚ୍ଚାନ୍ତ ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଯାନବାହନ ଚଳାଚଳରେ ସତର୍କ ରହିବା ଜରୁରୀ । କୃପଣ ସ୍ୱଭାବର ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

ସିଂହ – ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବ । ସୁଖକର ଘଟଣାମାନ ଘଟିପାରେ । କର୍ମରେ ସଫଳତା ପାଇବେ । ରୁଚିକର ଭୋଜନ ମିଳିବ । ଶୁଭ କାର୍ଯ୍ୟ କରଣୀୟ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୪ ।

କନ୍ୟା – ଶତ୍ରୁନାଶ କରିବାରେ ସକ୍ଷମ ହେବେ । ଗୋଷ୍ଠୀ, ନଗର ବା ଗ୍ରାମର ଅଧିପତି ହୋଇପାରନ୍ତି । ଦଣ୍ଡଧାରୀ ହେବେ । ମନ୍ତ୍ରଣାକାରୀ ହେବା ଆଶା କରାଯାଏ । ମାନସିକ ଶାନ୍ତି ମିଳିବ । ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ତୁଳା – ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଶୁଭଖବର ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପ୍ରଚୁର ଅର୍ଥ ପାଇବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ ।

ବିଛା – ଇଚ୍ଛା କରୁଥିବା କାର୍ଯ୍ୟଟି ହାତକୁ ଆସିପାରେ । କେତେକ କ୍ଷେତ୍ରରେ କାର୍ଯ୍ୟ ଠିକ୍ ଚାଲିଥିବା ବେଳେ ବୁଝାମଣା ଭଲ ହୋଇପାରେ । ସନ୍ମାର୍ଗୀ, ବିବେକୀ ଓ ଜନପ୍ରିୟ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୮ ।

ଧନୁ – ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦେବ ଦର୍ଶନ କଲେ ରିଷ୍ଟ ଖଣ୍ଡନ ହେବ । ସରକାରୀ ସ୍ତରରୁ ଲାଭବାନ୍ ହୋଇପାରନ୍ତି । ସାମୟିକ ଭାବେ ଚପଳମତି ହୋଇପାରନ୍ତି । ଶୁଭ ରଙ୍ଗ ୟେଲୋ। ଶୁଭ ଅଙ୍କ ୬ ।

ମକର – ଜନସାଧାରଣଙ୍କର ଆଦରଣୀୟ ହେବେ । ପ୍ରଚୁର ବିତ୍ତର ଅଧିକାରୀ ହେବେ । ବିଳାସ-ବ୍ୟସନ ପରିତ୍ୟାଗ କରିପାରନ୍ତି । ଶ୍ରେଷ୍ଠ ପଦରେ ଭୂଷିତ ହୋଇପାରନ୍ତି । ଭ୍ରାତୃଭାବ ଅତୁଟ ରହିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

କୁମ୍ଭ – ଭଲ ଆୟ ହେବାର ସୂଚନା ମିଳୁଛି । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ମହାନ୍ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

ମୀନ – ଧନକ୍ଷୟ ହେବାର ସୂଚିତ ହେଉଛି । ବିବାଦୀୟ ବିତର୍କରେ ଭାଗ ନ ନେଇ ଦର୍ଶକ ହେବା ସବୁଠୁଁ ଭଲ ହେବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଯାନବାହନ ଚଳାଚଳରେ ସତର୍କ ଓ ବ୍ୟବସାୟରେ କ୍ଷତି ହୋଇପାରେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୯ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଓଡ଼ିଶାବାସୀଙ୍କ ସହଯୋଗ ଓ ସଚେତନତା ପାଇଁ କମ୍ କେସ୍ ଆସିଛି : ସୁବ୍ରତ ବାଗଚୀ

ଭୁବନେଶ୍ୱର: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟର ପ୍ରଥମ ପଜିଟିଭ୍ ୧୫ମାର୍ଚ୍ଚରେ ଜଣାପଡ଼ିଥିଲା । ସେହିପରି ରାଜ୍ୟର...

ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ : ସବୁ ଜିଲ୍ଲାରେ ଖୋଲିବ COVID-19 ହସ୍ପିଟାଲ୍

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାର ଲାଗିଛି । ସ୍ଥିତିକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତିନି ଥିବା...

ଟି-୨୦ ବିଶ୍ୱକପ ନହେଲେ ଆଇପିଏଲ ହେବ : ସୂତ୍ର

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ଯୋଗୁଁ ବହୁ ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟକୁ ସ୍ଥଗିତ କିମ୍ବା ବାତିଲଲ କରାଯାଇଛି । କ୍ରିକେଟର ସବୁଠୁ ବ୍ୟୟବହୁଳ ଓ ଆକର୍ଷଣୀୟ ଇଭେଣ୍ଟ ଆଇପିଏଲକୁ ମଧ୍ୟ...

ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ

ସାଉଥବଲଣ୍ଡା:ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଜ୍ୱାଳାମୁଖୀ ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଗତକାଲି ନିଶାର୍ଦ୍ଧରେ ଚିହ୍ନଟ ହୋଇଯାଇଛି । ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗରେ ପ୍ରାୟ ୪୦୦ମିଟର ଦୂରରେ ଥିବା ଅରା ବାଉଁଶବଣ ନିକଟସ୍ଥ...

Recent Comments

>