କିଶୋରନଗର ସ୍ନାତକ ମହାବିଦ୍ୟାଳୟରେ ସ୍ୱାଗତ ଉତ୍ସବ

ରାଜକିଶୋରନଗର : କିଶୋରନଗର ସ୍ନାତକ ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି । ସମ୍ବର୍ଦ୍ଧନା ଉତ୍ସବକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ଦାଶ ଉଦ୍ଘାଟନ କରିଥିଲେ ।ଏହି ମହାବିଦ୍ୟାଳୟର ଦ୍ୱିତୀୟ ଏବଂ ତୃତୀୟ ବର୍ଷର ଛାତ୍ରଛାତ୍ରୀ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରିବା ସହିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ଜନତା ମହାବିଦ୍ୟାଳୟର ଇଂରାଜୀ ପ୍ରଧ୍ୟାପକ ସିଦ୍ଧାର୍ଥ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସ୍ନେହ ସମ୍ପର୍କ ଓ ଭଲପାଇବାର ଶକ୍ତି ବଳରେ ମଣିଷ ଅସାଧ୍ୟ ସାଧନ କରିପାରେ ବୋଲି ମତ ବ୍ୟକ୍ତ କରିଥିଲେ । ତେଣୁ ନିଜ ଭିତରେ ଥିବା ସଡରିପୁକୁ ପରିହାର କରିବାକୁ ପ୍ରେରଣା ଦେଇଥିଲେ । ଅଧ୍ୟାପକ ଜୟକୃଷ୍ଣ ପ୍ରଧାନ, ତରଣୀସେନ୍ ସାହୁ, ନଳିନ ପ୍ରଧାନ, ରୁଚିସ୍ମିତା ପରିଡା, ବୀଣାପାଣୀ ସାହୁ, ପୁରୁଷୋମ ସାହୁ, ଗୋବର୍ଦ୍ଧନ ପ୍ରଧାନ, ଅଜିତ୍ ପ୍ରଧାନ, ସୁଶାନ୍ତ ରାଉଳ, ପ୍ରଧାନ ଶିକ୍ଷକ ରଣଜିତ୍ ସାହୁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ନମିତା ବେହେରା ସ୍ୱାଗତ ସଙ୍ଗୀତଗାନ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଅଧ୍ୟାପକ ଜୟକୃଷ୍ଣ ପ୍ରଧାନ ସଂଯୋଜନା କରିଥିଲେ ।

Loading...
>