ବାମୁର ଷ୍ଟେସନରେ ଭୁବନେଶ୍ୱର-ବଲାଙ୍ଗିର ଇଣ୍ଟରସିଟି ଟ୍ରେନ ରହଣି ଦାବିରେ ୧୪ ଡିସେମ୍ବରରେ ରେଳରୋକ ପାଇଁ ଜୋର୍ଦାର ପ୍ରସ୍ତୁତି

ରାଜକିଶୋରନଗର : କିଶୋରନଗର ବ୍ଲକ ଅନ୍ତର୍ଗତ ବାମୁର ରେଳଷ୍ଟେସନରେ ଭୁବନେଶ୍ୱର-ବଲାଙ୍ଗିର (୧୨୮୩,୧୨୮୩୯୪) ଇଣ୍ଟରସିଟି ଟ୍ରେନ ରହଣି ଦାବିରେ ରେଳ ଉପଭୋକ୍ତା କମିଟୀ ପକ୍ଷରୁ ଡିସେମ୍ବର ୧୪ ତାରିଖରେ ହେବାକୁ ଥିବା ରେଳରୋକ ଆନ୍ଦୋଳନକୁ ସଫଳ କରିବା ପାଇଁ କିଶୋରନଗର ବରପଡିଆ ଠାରେ ମଙ୍ଗଳବାରଦିନ ଅନୁଷ୍ଠିତ ପ୍ରାକ୍ ପ୍ରସ୍ତୁତି ବୈ÷ଠକରେ ଆହ୍ୱାନ ଦିଆଯାଇଛି । ଏହି ଉପଲକ୍ଷେ ସମାଜସେବୀ ହୃଦାନନ୍ଦ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଦ୍ୱିତୀୟ ପ୍ରାକ୍ ପ୍ରସ୍ତୁତି ବୈ÷ଠକରେ ବାମୁର ରେଳଉପଭୋକ୍ତା କମିଟୀର ସଭାପତି ଆଠମଲ୍ଲିକ ବିଧାୟକ ସଞ୍ଜିବ କୁମାର ସାହୁ , ସମ୍ପାଦକ ସଞ୍ଜିବ କୁମାର ପ୍ରଧାନ, ଜୀବନ ଜୀବିକା ଓ କୃଷିଜମି ସୁରକ୍ଷା କମିଟୀର ସଭାପତି ଦୀନବନ୍ଧୁ ପ୍ରଧାନ, ରମଣୀରଞ୍ଜନ ପ୍ରଧାନ, ବିଜେପି ଜିଲା କାର୍ଯ୍ୟକାରେନୀ ସଦସ୍ୟ ଡାକ୍ତର ଅଲେଖ ପ୍ରଧାନ, ଜିଲା କୃଷକ ମୋର୍ଚ୍ଚା ସଭାପତି ଅଜିତ୍ କୁମାର ପ୍ରଧାନ, ହୃଦାନନ୍ଦ ପ୍ରଧାନ, ଜିଲାପରିଷଦ ସଭ୍ୟ ଅର୍ଜୁନ କୁମାର ପାଣ୍ଡେ, ପିସିସି ସମ୍ପାଦକ ବିଜୟାନନ୍ଦ ଚାଉଳିଆ, ବିଧାୟକଙ୍କ ବ୍ଲକ ପ୍ରତିନିଧି ସନ୍ତୋଷ କୁମାର ପ୍ରଧାନ, ରେଳ ଉପଭୋକ୍ତା କମିଟୀର ସଭ୍ୟ ସଞ୍ଜୟ କୁମାର ପ୍ରଧାନ, ସତ୍ୟାନନ୍ଦ ପ୍ରଧାନ, ତିମିର ନାୟକ, ରାଜକିଶୋର ରାଉଳ, ପପୁ ପ୍ରସାଦ, ପଞ୍ଚାନନ ପ୍ରଧାନ, ସତ୍ୟନାରାୟଣ ପ୍ରଧାନ, ତ୍ରିନାଥ ସାହୁ, ଭାଗୀରଥି ଭୋଇ, ଦୁଃଶ୍ମନ୍ତ ପ୍ରଧାନ, ତ୍ରିଲୋଚନ ପ୍ରଧାନ, ପ୍ରଦୀପ ବିଶ୍ୱାଳ, ବିଷ୍ଣୁଚରଣ ପ୍ରଧାନ, ସୁବାଷଚନ୍ଦ୍ର ପ୍ରଧାନ, ପ୍ରବୀର ପ୍ରଧାନ, ବଂଶୀଧର ପ୍ରଧାନ, ରତ୍ନାକର ସାହୁ, ବିନୟ ପ୍ରଧାନ, ଲକ୍ଷ୍ମଣ ପ୍ରଧାନ, ଦିଲ୍ଲୀପ୍ ପ୍ରଧାନ, ପଲ୍ଲବ ବିଶ୍ୱାଳ, ହାଡୀବନ୍ଧୁ ବିଶ୍ୱାଳ, ଅନୀଲ୍ ପାଣିଗ୍ରାହୀ, ବାମୁର ଦୁର୍ଗାପୁଜା କମିଟୀ, କିଶୋରନଗର ଗଣେଷପୂଜା କମିଟୀ ଓ ଲକ୍ଷ୍ମୀପୂଜା କମିଟୀ, ଖଣ୍ଡହତା ଲକ୍ଷ୍ମୀପୂଜା କମିଟୀ, ଧଉରାପାଲି ଦୁର୍ଗାପୂଜା କମିଟୀ, ଘୋଷର ଦୁର୍ଗାପୂଜା କମିଟୀ, ଡିମିରିମୁଣ୍ଡା ଗଣେଷପୂଜା କମିଟୀ ପ୍ରତିନିଧିଙ୍କ ସମେତ ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ବାମୁର ରେଳ ଉପଭୋକ୍ତା କମିଟୀ ପକ୍ଷରୁ ୧୪ ଡିସେମ୍ବର ରେଳରୋକକୁ ସଫଳ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରାଯାଇଥିଲା । ବୈ÷ଠକରେ ଉପସ୍ଥିତ ସଭ୍ୟ ମାନେ ରେଳରୋକ ଆନ୍ଦୋଳନକୁ ସଫଳ କିବା ପାଇଁ ନିଜ ନିଜର ମତ ପ୍ରଦାନ କରିଥିଲେ । ବାମୁର ଓ କିଶୋରନଗର ବଜାରକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ କମିଟୀ ପକ୍ଷରୁ ଅନୁରୋଧ କରାଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ , ବ୍ୟାଙ୍କ, ଡାକଘର, ସ୍କୁଲ , କଲେଜ ପ୍ରଭୃତି ଶିକ୍ଷାନୁଷ୍ଠାନ ବନ୍ଦ କରିବା ପାଇଁ ବୈ÷ଠକରେ ପ୍ରସ୍ତାବ ଦିଆଯାଇଥିଲା । ବାମୁର ଷ୍ଟେସନ ଉପରେ ନିର୍ଭର କରୁଥିବା ଧଉରାପାଲି, ଜଏରାଟ, ହିମିତିରା, ସଞ୍ଜାମୁରା, ରଣିଆକଟା, କଦଳୀମୁଣ୍ଡା, ଓଷ୍କାପାଲି, ଆମ୍ବପାଳ ଓ ଝରାବେରେଣୀ ପ୍ରଭୃତି ପଞ୍ଚାୟତର ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ୧୧ ଓ ୧୨ ନମ୍ବର ଜିଲାପରିଷଦ ଜୋନର ନିର୍ବାଚିତ ସଭ୍ୟ , ମହିଳା ସ୍ୱଂୟ ସହାକ ଗୋଷ୍ଠୀ ମହିଳା ମାନଙ୍କୁ ରେଳରୋକ ଆନ୍ଦୋଳନରେ ସାମିଲ୍ କରିବା ପାଇଁ କେତେକ ସଭ୍ୟ ପ୍ରସ୍ତାବ ଦେଇଥିଲେ ସର୍ବସମ୍ମତି କ୍ରମେ ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ କମିଟୀ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ବିଭିନ୍ନ ରାଜନୈ÷ତିକ ଦଳର ନେତୃବୃନ୍ଦ, ପଞ୍ଚାୟତ ନିର୍ବାଚିତ ପ୍ରତିନିଧି, ସାମାଜିକ ସଙ୍ଗଠନ ଓ ପୂଜା କମିଟୀ କର୍ମକର୍ତ୍ତା, ସମାଜସେବୀ ଓ ମହିଳା ସ୍ୱଂୟସହାୟକ ଗୋଷ୍ଠିଙ୍କୁ ନେ ଇ ଏକ କାର୍ଯ୍ୟକାରୀ କମିଟୀ ଗଠନ କରାଯାଇଥିଲା । ଏହି କାର୍ଯ୍ୟକାରୀ କମିଟୀ ତତ୍ୱାବଧାନରେ ରେଳରୋକ ଆନ୍ଦୋଳନକୁ ସଫଳ କରିବା ପାଇଁ ତୃତୀୟ ପ୍ରସ୍ତୁତି ବୈ÷ଠକ ଆୟୋଜନ କରାଯିବାକୁ ପରାମର୍ଶ ଦିଆଯାଇଥିଲା । ରେଳରୋକ ଆନ୍ଦୋଳନରେ ବହୁ ସଂଖ୍ୟାରେ ଜନସାଧାରଣଙ୍କୁ ସାମିଲ୍ କରିବା ପାଇଁ ଉପସ୍ଥିତ ସମସ୍ତ ସଭ୍ୟ, ଜନପ୍ରତିନିଧି ସକ୍ରିୟ ସହଯୋଗ କରିବା ପାଇଁ ରେଳଉପଭୋକ୍ତା କମିଟୀ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା ।

Loading...
>