ଆଜିଠୁ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର:-ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁ·ପ ଏବେ ଡିପ୍ ଡିପ୍ରେସନର ରୂପ ନେଇଛି । ଏହା ଚେନ୍ନାଇଠାରୁ ୬୯୦ କିଲୋମିଟର ଦୂରରେ ରହିଥିବା ବେଳେ ମଛଲିପଟ୍ଟନମଠାରୁ ୮୯୦ କି.ମି. ଦୂରରେ ରହିଛି । ଏହା ପୂର୍ବ ଓ ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି ।
ଆସନ୍ତା ୨୪ ଘଂଟାରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ (ଘୂର୍ଣ୍ଣି ଝଡ)ରେ ପରିଣତ ହେବ । ୧୭ ତାରିଖ ସୁଦ୍ଧା ଅ ।ନ୍ଧ୍ରପ୍ରଦେଶର କାକିନାଡା ଏବଂ ଓଙ୍ଗଲ ମଧ୍ୟରେ ସ୍ଥଳଭାଗ ଛୁଇଁବ ।
ଏହାର ପ୍ରଭାବରେ ଅ ।ସନ୍ତାକାଲି ଏବଂ ୧୭ ତାରିଖରେ ଓଡ଼ିଶାର ଦକ୍ଷିଶ ଓ ଆଭ୍ୟନ୍ତରୀଣ ଅଂଚଳରେ ବର୍ଷା ସମ୍ଭାବନା ରହିଛି । ଅ ।ସନ୍ତାକାଲିଠାରୁ ସାରା ରାଜ୍ୟରେ ବର୍ଷା ହେବା ସହ କୋହଲା ପାଗ ଲାଗି ରହିବ ବୋଲି ଆଂଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାଯୋଗୁଁ ଆସନ୍ତାକାଲି ୪ ଟି ଜିଲ୍ଲା ଯଥା ଗଜପତି , ଗଂଜାମ , ରାୟଗଡାଓ କଳାହାଣ୍ଡିରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୭ ତାରିଖରେ ୧୧ ଟି ଜିଲ୍ଲା ଯଥା ମାଲକାନଗିରି , କୋରାପୁଟ ,ରାୟଗଡା , ନବରଙ୍ଗପୁର, କଳାହାଣ୍ଡି,କନ୍ଧମାଳ , ନୂଆପଡଶ , ବରଗଡ, ବଲାଙ୍ଗୀର , ଝାରସୁଗୁଡା ଓ ସମ୍ବଲପୁର । ସମ୍ଭାବ୍ୟ ଘୂର୍ଣ୍ଣିଝଡ ପାଇଁ ରାଜ୍ୟଅର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଂକେତ ଜାରୀ କରାଯାଇଛି । ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଅଯାଇୀଛି । ଏହାସହ ଅମଳ ହୋଇ ବିଲରେ ପଡ଼ିଥିବା ଫସଲକୁ ସୁରକ୍ଷା ଦେବାକୁ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଅ ।ଯାଇଥିବା ଜଏଂଟ ରିଲିଫ୍ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି ।

Loading...
>