୧୯ ଯାଏଁ ସ୍ୱଳ୍ପ ବର୍ଷା, ମୁଣ୍ଡରେ ହାତ ଦେଲେଣି ଚାଷୀ

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ରହିଛି। ଆବଶ୍ୟକତା ଅନୁଯାୟୀ ବର୍ଷା ହେଉ ନ ଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଲେଣି। ଜୁନ୍‌ ପହିଲାରୁ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୧୯ ପ୍ରତିଶତ ବର୍ଷା କମ୍‌ ହୋଇଛି। ଆସନ୍ତା ୧୯ ତାରିଖ ଯାଏ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୌସୁମୀ ଦୁର୍ବଳ ହେବା ସହିତ ଲଘୁଚାପର କୌଣସି ସମ୍ଭାବନା ନ ଥିବାରୁ ରାଜ୍ୟରେ ବର୍ଷା ପରିମାଣ କମିବା ଆଶଙ୍କା ଦେଖାଦେଇଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଆକାଶ ମେଘାଛନ୍ନ ରହିବା ସହିତ କାଁ ଭାଁ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ କୋରାପୁଟ, ମାଲକାନଗିରି, କନ୍ଧମାଳ, ଗଜପତି, ରାୟଗଡ଼ା, କେନ୍ଦୁଝର, ବାଲେଶ୍ୱର, ଖୋର୍ଦ୍ଧା, ପୁରୀ ଆଦି ଜିଲାର ଗୋଟେ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

Loading...
>