Home News ପୁରୀରେ ଡବଲ୍ ଏନ୍‌କାଉଣ୍ଟର

ପୁରୀରେ ଡବଲ୍ ଏନ୍‌କାଉଣ୍ଟର

ପୁରୀ: ପୁରୀ ଜିଲ୍ଲାରେ ଡବଲ ଏନ୍‌କାଉଣ୍ଟର ହୋଇଛି। ଗତ ରାତିରେ ଦୁଇଟି ପୃଥକ ପୃଥକ ସ୍ଥାନରେ ଏନ୍‌କାଉଣ୍ଟର ହୋଇଥିବାବେଳେ ଏଥିରେ ଦୁଇଜଣ ଦୁର୍ଦ୍ଦାନ୍ତ ଅପରଧୀ ଆହତ ହୋଇଛନ୍ତି।  ଆହତଦ୍ୱୟ ହେଲେ ବ୍ରାଉନ ସୁଗାର ଓ କୋରେସ୍କ ବ୍ୟବସାୟୀ ବିଶୁ ଓରଫ୍ ବିଶ୍ୱରଞ୍ଜନ ସାହୁ ଏବଂ ବାଲି ମାଫିଆ ଟିକି ମିଆଁ ଓରଫ୍ ସିୟାମତ୍ ଖାନ୍।ଗତକାଲି ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ବିଶ୍ୱ ରଞ୍ଜନ ସାହୁ ତାଳବଣିଆ ଥାନା ଅଞ୍ଚଳରେ ଥିବା ନେଇ ପୁଲିସ ଖବର ପାଇଥିଲା। ଏହାପରେ କୁମ୍ଭାରପଡ଼ା ପୁଲିସ ତାକୁ ଧରିବା ପାଇଁ ଚେଷ୍ଟା କରିଥିଲା। ଏହି ସମୟରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।  ପରେ ପୁଲିସ ବିଶୁକୁ ଏନ୍‌କାଉଣ୍ଟର କରିଥିଲା। ପୁଲିସ ତା’ଠାରୁ ଗୋଟିଏ ବନ୍ଧୁକ, ଗୁଳି ସହ ଏକ ବାଇକ ଜବତ କରିଛି। ବିଶୁ ଦୀର୍ଘ ଦିନ ଧରି କୋରେକ୍ସ ଓ ବ୍ରାଉନ ସୁଗର ମାଫିଆ ଥିଲା। ସେହିପରି ବାଲି ମାଫିଆ ଟିକି ଖାଁକୁ ବାଶେଳି ଥାନା ପୁଲିସ୍ ଏନ୍‌କାଉଣ୍ଟର କରିଛି। ଗତକିଛି ଦିନ ହେଲା ସିପସରୁ ବାଲି ଅଞ୍ଚଳରୁ ଟିକି ଖାଁ ବାରମ୍ୱାର ବାଲି ଉଠାଉଥିବା  ଖବର ପାଇ ପୁଲିସ୍‌ ତାକୁ ଜଗି ରହିଥିଲା।ତେବେ ଗତ ରାତିରେ ବାଲି ଚୋରା ଚାଲାଣ କରାଯାଉଥିବା ସମୟରେ ପୁଲିସ୍‌ ଚଢଉ କରିଥିଲା। ହେଲେ ଟିକି ଖାଁ ପୁଲିସ୍‌ ଉପରକୁ ଗୁଳି ଚଳାଇଥିଲା। ପାଲଟା ଜବାବରେ ପୁଲିସ୍‌ର ଗୁଳି ମାଡ଼ରେ ଟିକି ଖାଁ ଆହତ ହୋଇଛି। ତାକୁ ପ୍ରଥମେ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ମାତ୍ର ସେଠାରେ  ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି।  ତା’ ନିକଟରୁ ଗୋଟିଏ ବନ୍ଧୁକ ଓ ଜୀବନ୍ତ ଗୁଳି ମଧ୍ୟ ଜବତ କରାଯାଇଛି। ଟିକି ନାଁରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଛି।  ପୁଲିସ ତା’ଠାରୁ ଗୋଟିଏ ପିସ୍ତଲ ଓ ଗୁଳି ଜବତ କରିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ପଡିଆକୁ ଫେରିଲେ ହାର୍ଦ୍ଦିକ : ଚୌକା-ଛକାର ବର୍ଷା କଲେ

ନୂଆଦିଲ୍ଲୀ : ଡିୱାଇ ପାଟିଲ ଟି-୨୦ କପରେ ବ୍ୟାଙ୍କ ଅଫ୍ ବରୋଦା ବିପକ୍ଷ ମ୍ୟାଚ୍ ରିଲାଏନ୍ସ-୧ ଟିମ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଶିଖର ଧାୱାନ ଆଜି ଖେଳିଛନ୍ତି ।...

ଜମାଟୋର ଏହି ଡେଲିଭରୀ ପିଲାର ଫ୍ୟାନ୍ ହେଲେ ଲୋକେ, ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡିଓ

ସୋସିଆଲ ମିଡିଆରେ ଏବେ ଜମାଟୋ ଡେଲିଭରୀ ପିଲାଙ୍କ ଏକ ଭିଡିଓ ଖୁବ୍ ଭାଇରଲ ହେବାରେ ଲାଗିଛି । ଲୋକମାନେ ଏହି ଡେଲିଭରୀ ପିଲାର ଫ୍ୟାନ ପାଲଟି ଗଲେଣି । କିନ୍ତୁ କାହିଁକି ?...

ନିର୍ଭୟା ମାମଲା : ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ଯାଚିକା ଦାଖଲ କଲେ ପବନ, ମାଗିଲେ ଏହି ସଜା

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଚତୁର୍ଥ ଦୋଷୀ ପବନ କୁମାର ଗୁପ୍ତା ଶୁକ୍ରବାର ସୁପ୍ରିମକୋର୍ଟରେ ସୁଧାରାତ୍ମକ ଯାଚିକା ଦାୟର କରି ଫାଶୀ ବଦଳରେ ଆଜୀବନ ଜେଲ୍ ସଜା ଦେବାକୁ...

ନବୀନ ନିବାସରେ ଏକାଠି ଖାଇଲେ ଶାହ, ନୀତିଶ, ମମତା, ନବୀନ, ଧର୍ମେନ୍ଦ୍ର

ଭୁବନେଶ୍ୱର : ପୂର୍ବାଞ୍ଚଳ ଆଞ୍ଚଳିକ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସଭବନରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ । ଏଥିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

Recent Comments

>