ଟ୍ୱିଟରରେ ଆକଉଣ୍ଟ ଖୋଲିଲେ ପ୍ରିୟଙ୍କା ଗାନ୍ଧୀ, ଆରମ୍ଭରୁ ଯୋଡି ହେଲେ ହଜାର ହଜାର ସମର୍ଥକ

ନୂଆଦିଲ୍ଲୀ : କଂଗ୍ରେସ ନବ ନିଯୁକ୍ତ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବାନ୍ଦ୍ରା ଆଜି ଟ୍ୱିଟରରେ ସାମିଲ ହୋଇଛନ୍ତି । ସେ ପ୍ରିୟଙ୍କା ଗାନ୍ଧୀ ବାନ୍ଦ୍ରା ନାମରେ ତାଙ୍କର ଟ୍ୱିଟର ଆକାଉଣ୍ଟ ଖୋଲିଛନ୍ତି । ସେ ଟ୍ୱିଟର ଆକାଉଣ୍ଟ ଖୋଲିବାର କିଛି ଘଣ୍ଟା ମଧ୍ୟରେ ହଜାର ହଜାର ସମର୍ଥକ ତାଙ୍କ ସହ ଯୋଡି ହୋଇଛନ୍ତି । ଦଳ ପକ୍ଷରୁ ତାଙ୍କୁ ପୂର୍ବ-ଉତ୍ତର ପ୍ରଦେଶର ପ୍ରଭାରୀ ନିଯୁକ୍ତ କରିଛି । ଆଜି ପ୍ରିୟଙ୍କା ମହାସଚିବ ରୂପରେ ପ୍ରଥମ ଥର ପାଇଁ ରୋଡ ସୋ’ରେ ବାହାରିଥିଲେ । ଏହି ସୋ’କୁ ବାହାରିବାକୁ ପୂର୍ବରୁ ହିଁ ଟ୍ୱିଟର ଆକାଉଣ୍ଟ ବିଷୟରେ ନିଜେ ଖୁଲାସ କରିଥିଲେ । ଏହା ପୂର୍ବରୁ ମଧ୍ୟ ପ୍ରିୟଙ୍କା ଗାନ୍ଧୀଙ୍କ ନାମରେ ବହୁ ଫେକ୍ ଆକାଉଣ୍ଟ ରହିଛି । କିନ୍ତୁ ଆଜି ଖୋଦ୍ ପ୍ରିୟଙ୍କା ଘୋଷଣା କରିଥିବାରୁ ଏହି ସନ୍ଦେହ ଆଉ ସମର୍ଥକଙ୍କ ମନରେ ରହିବା ନାହିଁ ବୋଲି ଆଶା କରାଯାଉଛି । ଆଜି ଆକାଉଣ୍ଟ ଖୋଲିବା ମାତ୍ରେ କଂଗ୍ରେସ ବହୁ ବରିଷ୍ଠ ନେତାମାନେ ତାଙ୍କ ସହ ଯୋଡି ହୋଇଯାଇଛି । ଆଗକୁ କଂଗ୍ରେସ କର୍ମୀମାନେ ତାଙ୍କ ସହ ଯୋଡି ହୋଇ ତାଙ୍କ ର ମନର କଥା ପ୍ରିୟଙ୍କାଙ୍କ ପାଖରେ ସିଧାସଳଖ ଉପସ୍ଥାପନ କରିପାରିବେ । ଆଜି ସଂଧ୍ୟା ସୁଦ୍ଧା ତାଙ୍କ ଟ୍ୱିଟରର ୟୁଜର ସଂଖ୍ୟା ୭୨ହଜାରରେ ପହଞ୍ଚିଥିବା ଜଣାପଡିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବହୁ ପୂର୍ବରୁ ଟ୍ୱିଟରରେ ସକ୍ରିୟ ଅଛନ୍ତି । ତାଙ୍କର ସମର୍ଥକ ସଂଖ୍ୟା ୮.୨ ମିଲିୟନ ବୋଲି ଜଣାପଡିଛି ।

Loading...
>